
ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି, ପରମ୍ପରା, କାବ୍ୟକବିତା ଓ ପୁରାଣର ଯାଦୁ ପୂରା ବିଶ୍ବକୁ କବଳିତ କରିଛି ତାହା ଅନ୍ତତ କେହି ଅସ୍ବୀକାର କରିବେ ନାହିଁ। ଭାରତର ଅନେକ କିଛି ବୈଶିଷ୍ଟ୍ୟକୁ ନେଇ ବିଶ୍ବର ବହୁ ବଡ଼ ବଡ଼ ବ୍ୟକ୍ତିଗତ ଅନୁପ୍ରାଣିତ ହୋଇଥିବା ବେଳେ ସେହି ତାଲିକାରେ ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା।
ବାରାକ ଓବାମା ନିକଟରେ ଭାରତ ଉପରେ ନିଜର ମତ ରଖି କହିଛନ୍ତି କି ଆମ ଦେଶ ପ୍ରତି ତାଙ୍କର ସ୍ବତନ୍ତ୍ର ଆକର୍ଷଣ ରହିଛି। ତାହାର କାରଣ ହେଉଛି ଓବାମା ପିଲାଦିନେ ଇଣ୍ଡୋନେସିଆରେ ଥିବା ବେଳେ ଭାରତର ସୁପରିଚତ ଗ୍ରନ୍ଥ ରାମାୟଣ ଓ ମହାଭାରତର କାହାଣୀ ସେ ଶୁଣିଛନ୍ତି।
ନିକଟରେ ଏହି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ନିଜର ପୁସ୍ତକ ‘ଏ ପ୍ରମିଜ୍ଡ ଲ୍ୟାଣ୍ଡ୍’ରେ ଭାରତ ବିଷୟରେ ଏହି ସବୁ କଥା ଉଲ୍ଲେଖ କରିଛନ୍ତି। ଓବାମା ଆହୁରି ବି ଲେଖିଛନ୍ତି ଯେ ‘ବୋଧହୁଏ ବିଶ୍ବ ଜନସଂଖ୍ୟାରୁ ଭାରତର ଜନସଂଖ୍ୟା ହେଉଛି ଏକ ଷଷ୍ଠାଂଶ। ପ୍ରାୟ ଦୁଇ ହଜାର ଭିନ୍ନ ଜାତି ଏବଂ ସାତ ଶହରୁ ଅଧିକ ଭାଷା ଏଠାରେ କଥିତ।’
Business Insider
ଓବାମା କହିଛନ୍ତି କି ଯଦିଓ ସେ ରାଷ୍ଟ୍ରପତି ହେବା ପରେ ୨୦୧୦ ମସିହାରେ ପ୍ରଥମେ ଭାରତ ଆସିଥିଲେ। ହେଲେ ତାଙ୍କ କଳ୍ପନାରେ ସେ ଭାରତକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିଥିଲେ। ବୋଧହୁଏ ତାଙ୍କର ପିଲାଦିନ ହିନ୍ଦୁ ରାମାୟଣ ଓ ମହାଭାରତ ଶୁଣି କଟିଛି ବୋଲି ଭାରତ ପ୍ରତି ତାଙ୍କର ଏପରି ଆକର୍ଷଣ ରହିଛି ବୋଲି ଓବାମା କହିଛନ୍ତି।
ସେ ସେଥିରେ ଆହୁରି ବି କହିଛନ୍ତି ଯେ କିଛି ଭାରତ ଓ ପାକିସ୍ତାନୀ ବନ୍ଧୁ ତାଙ୍କୁ ଡାଲି ଓ କିମା ରୋଷେଇ ଶିଖାଇଥିଲେ। ସେମାନଙ୍କ ସହ ରହି ବଲିଉଡ୍ ଚଳଚ୍ଚିତ୍ର ପ୍ରତି ବି ଆଗ୍ରହ ଆସିଥିଲା ଓବାମାଙ୍କର।
The post ରାମାୟଣ ଓ ମହାଭାରତ ଶୁଣି ପିଲାଦିନ କାଟିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଭାରତ ପ୍ରତି ରହିଛି ସ୍ବତନ୍ତ୍ର ଆକର୍ଷଣ first appeared on Sambad.
from ବିଶେଷ – Sambad https://ift.tt/35De8sg
0 Comments