ଅଣ୍ତାଠାରୁ ବଡ଼ ଅଙ୍ଗୁର

ଜାପାନୀମାନେ ଫଳ-ମୂଳ ଓ ପନି-ପରିବାକୁ ନେଇ ସର୍ବଦା ପରୀକ୍ଷା-ନିରୀକ୍ଷା କରୁଥିବା ଜଣାଯାଏ। ସେଠାରେ ବିରଳ ପ୍ରକାରର ଫଳ-ମୂଳ ଓ ପନି-ପରିବା ଉତ୍ପାଦିତ ହୁଏ। ଏବେ ଏକ ନୂଆ ପ୍ରକାରର ଅଙ୍ଗୁର ଜାପାନରେ ଫଳୁଛି। ଆକାରରେ ଏହା କୁକୁଡ଼ା ଅଣ୍ତାଠାରୁ ବଡ଼। ବ୍ୟାସ ଚାରି-ପାଞ୍ଚ ସେଣ୍ଟିମିଟର‌୍‌। ଏ ଭଳି ଅଙ୍ଗୁରର କିଲୋଗ୍ରାମ୍‌ ପ୍ରତି ମୂଲ୍ୟ ଭାରତୀୟ ମୁଦ୍ରାରେ ବାଇଶ ହଜାର ଟଙ୍କା। ଏହି ଅଙ୍ଗୁର ଜାପାନରୁ ଆମଦାନି ହୋଇ ଭିଏତନାମ, କୋରିଆ, ଚାଇନା ଆଦିରେ ବିକ୍ରି ହେଉଛି।

The post ଅଣ୍ତାଠାରୁ ବଡ଼ ଅଙ୍ଗୁର first appeared on Sambad.



from ବିଶେଷ – Sambad https://ift.tt/2V9cl7U

Post a Comment

0 Comments