ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଭାରତରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଏହାକୁୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଲକଡାଉନ କରିଥିଲେ। ଲୋକଙ୍କୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଘରେ ରହି କାମ କରିବାକୁ କହିଥିଲେ ସରକାର। କିନ୍ତୁ କିଛି ଏମିତି ପେସା ରହିଛି, ଯେଉଁ ପେସାରେ ବାହାରକୁ ନ ଗଲେ କାମ କରିବା ଅସମ୍ଭବ। ଏହି ସମସ୍ୟା ପାଇଁ ଦେଶରେ ଅନେକ ଲୋକ ଚାକିରି ହରାଇ ଘରେ ବସିଥିବାର ଦେଖିବାକୁ ମିଳିଥିଲା। ଏମିତି କି କିଛି ଲୋକ ଆର୍ଥିକ ସମସ୍ୟା ପାଇଁ ଆତ୍ମହତ୍ୟାକୁ ମଧ୍ୟ ବାଛି ନେଇଥିଲେ। ହେଲେ ଅକ୍ଷୟ ପାରକାର ହାର୍ ନମାନି ସାହାସର ନିଜକୁ ସମ୍ଭାଳିଥିବା ଜଣା ପଡ଼ିଛି।
ବଡ଼ ବଡ଼ ହୋଟେଲ ଏବଂ ଆନ୍ତର୍ଜାତୀୟ କ୍ରୁଜର ରୋଷେୟା ଥିବା ଅକ୍ଷୟଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା କରୋନା। ହାତରୁ ଚାକିରି ଚାଲିଯିବା ପରେ ତାଙ୍କୁ ଘରେ ବସିିବାକୁ ପଡ଼ିଥିଲା। ହେଲେ ହାର ନ ମାନି ସେ ଆଗକୁ ବଢ଼ିଥିଲେ। ମୁମ୍ବାଇର ରାସ୍ତା କଡ଼ରେ ଏକ ବିରିୟାନି ଷ୍ଟଲ କରି ଲୋକଙ୍କୁ ନିଜ ହାତର ବିରିୟାନି ଖୁଆଇବା ଆରମ୍ଭ କରିଥିଲେ ଅକ୍ଷୟ। ଚାହୁଁ ଚାହୁଁ ତାଙ୍କ ବିରିୟାନିର ଚର୍ଚ୍ଚା ଚାରିଆଡ଼େ ହେବାରେ ଲାଗିଲା। ବିଙ୍ଗ୍ ମାଲୱାନି ନାମକ ଏକ ଫେସବୁକ ପେଜରେ ଅକ୍ଷୟଙ୍କ ବିରିୟାନି ଷ୍ଟଲ ଏବଂ ତାଙ୍କ କାହାଣୀ ପୋଷ୍ଟ କରାଯିବା ପରେ, ତାହା ଏବେ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ ନରାମିଷ ବିରିୟାନିଙ୍କୁ କିଲୋଗ୍ରାମ ପିଛା ୮୦୦ଟଙ୍କା ଏବଂ ଆମିଷ ବିରିୟାନି କିଲୋଗ୍ରାମ ପିଛା ୯୦୦ଟଙ୍କାରେ ବିକ୍ରି କରୁଛନ୍ତି।
The post କରୋନା ପ୍ରଭାବ: ବଡ଼ ବଡ଼ ହୋଟେଲ ଏବଂ ଆନ୍ତର୍ଜାତୀୟ କ୍ରୁଜର ରୋଷେୟା ଏବେ ରାସ୍ତାକଡ଼ର ଦୋକାନୀ first appeared on Sambad.
from ବିଶେଷ – Sambad https://ift.tt/2V9cQPA
0 Comments