ଏକଦା ଭିକ୍ଷାବୃତ୍ତି କରୁଥିବା ମହିଳା କିପରି ହେଲେ ଓକିଲ ବଖାଣିଲେ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ

କରାଚି:  ସମାଜରେ ପୂର୍ବରୁ କିନ୍ନରଙ୍କୁ ଏକ ଆଡ ଦୃଷ୍ଟିରେ  ଲୋ‌କମାନେ ଦେଖୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଅନ୍ୟମାନଙ୍କ ଭଳି କିନ୍ନରମାନେ ବି ସାଧାରଣ ଜୀବନଯାପନ କରି ପାରୁଛନ୍ତି। ପାଠପଢ଼ି ଅନେକ କିନ୍ନର ଭଲ ଚାକିରି ବି କରିଛନ୍ତି।  ଏହି କ୍ରମରେ ପାକିସ୍ତାନର ଜଣେ କିନ୍ନରଙ୍କୁ ନେଇ ଚର୍ଚ୍ଚା ହେଉଛି। ଏହି କିନ୍ନରଙ୍କ ନାମ ହେଉଛି  ନିଶା ରାଓ ବୟସ ୨୮ବର୍ଷ।

ଏକ ସାକ୍ଷାତକାରରେ କିନ୍ନର ନିଶା କହିଛନ୍ତି, ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଅନୁଭବ କରିବା ପରେ ମୁଁ ୧୮ ବର୍ଷ ବୟସରେ ଘର ଛାଡ଼ି ସହରକୁ ଚାଲି ଯାଇଥିଲି । ତେବେ ସହରରେ ବଞ୍ଚିବାକୁ ହେଲେ ମୋତେ ଭିକ୍ଷାବୃତ୍ତି କିମ୍ବା ଦେହ ବ୍ୟବସାୟ କରିବାକୁ ହେବ ବୋଲି କିନ୍ନର ସମାଜର ବରିଷ୍ଠ ସଦସ୍ୟ ମୋତେ ବୁଝାଇ ଥିଲେ। ଏହାପରେ ମନକୁ ବୁଝାଇ ଭିକ୍ଷାବୃତ୍ତିକୁ ଆପଣାଇଥିଲି।

Pakistan की पहली ट्रांसजेंडर जज बनना चाहती हैं Nisha Rao, कभी मांगती थीं भीख

ଏଥିସହିତ ସବୁବେଳେ ମନରେ ସମାଜରେ ଅନ୍ୟମାନଙ୍କ ସହ ସମକକ୍ଷ ହେବାକୁ  ଆଶା ରହିଥିଲା। ଭିକ ମାଗୁଥିବା ଟଙ୍କାରୁ କିଛି ଟଙ୍କା ସଞ୍ଚୟ କରି ବହୁତ କଷ୍ଟରେ ଲ’ କ୍ଲାସ କରିବା ଆରମ୍ଭ କରିଥିଲି। ଦୀର୍ଘ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଜଣେ ଓକିଲ ହୋଇ ପାରିଥିଲି। ଗତ ବର୍ଷ ଓକିଲାତି ପାଇଁ ସାର୍ଟିଫିକେଟ ମିଳିବା ପରେ କରାଚି ବାର ଆସୋସିଏସନ୍‌ର ସଦସ୍ୟ ହୋଇପାରିଥିଲି।ଏଯାବତ ତୃତୀୟଲିଙ୍ଗୀଙ୍କ  ଅଧିକାର ଓ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରୁଥିବା ଏନଜିଓ ସପକ୍ଷରେ ୫୦ଟି ମାମଲା ଲଢ଼ି ସାରିଛି। ଏବେ ଜଜ ହେବା ପାଇଁ ‌ଉଦ୍ୟମ ଜାରି ରଖିଛି।

The post ଏକଦା ଭିକ୍ଷାବୃତ୍ତି କରୁଥିବା ମହିଳା କିପରି ହେଲେ ଓକିଲ ବଖାଣିଲେ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ first appeared on Sambad.



from ବିଶେଷ – Sambad https://ift.tt/33mHauu

Post a Comment

0 Comments