ଏ ଜୀବନର କିଛି ଠିକଣା ନାହିଁ; ଆଜି ଅଛେ, କାଲିକୁ ନଥିବା: ମୃତ୍ୟୁ ପୂର୍ବରୁ ନିଜ ସାଙ୍ଗକୁ ଏଭଳି କହିଥିଲେ ‌ଯବାନ

ନୂଆଦିଲ୍ଲୀ: ଜଣେ ଯବାନର ଜୀବନର କିଛି ଠିକଣା ନଥାଏ; ଆଜି ଅଛେ, କାଲିକୁ ନଥିବା। ସାଙ୍ଗ ସହ କଥା ହେବା ସମୟରେ ଏଭଳି କହିଥିଲେ ଯବାନ। ହେଲେ ତାଙ୍କୁ ଜଣା ନଥିଲା ଯେ, ପରଦିନ ସେ ଏ ଦୁନିଆରୁ ବିଦାୟ ନେଇଯିବେ। ଗତକାଲି କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ୨୦ବର୍ଷୀୟ ଯବାନ ସହିଦ ହୋଇଥିଲେ।

ଯବାନଙ୍କ ନାଁ ୟଶ ଦେଶମୁଖ ହୋଇଥିବା ବେଳେ ମୃତ୍ୟୁର ଗୋଟେ ଦିନ ପୂର୍ବରୁ ସେ ନିଜ ବନ୍ଧୁଙ୍କ ସହ କରିଥିବା ହ୍ବାଟସଆପ ଚାଟ ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଚାଟରେ ୟଶଙ୍କ ବନ୍ଧୁ ତାଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି। ଏହାର ଜବାବରେ, ମୁଁ ଠିକ ଅଛି। କିନ୍ତୁ ଜଣେ ଯବାନର ଜୀବନର କିଛି ଠିକଣା ନଥାଏ; ଆଜି ଅଛେ, କାଲିକୁ ନଥିବା ବୋଲି ଲେଖଛନ୍ତି ୟଶ। ତାଙ୍କର ଏହି ଚାଟ ଏବେ ଭାଇରାଲ ହୋଇଥିବା ବେଳେ ଲୋକଙ୍କ ଆଖିରେ ଲୁହା ଆଣିଛି।

Martyred jawan Yash Deshmukh's chat with friend
timesnownews

ୟଶଙ୍କ ଘରେ ବାପା-ମା, ଦୁଇ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ଦୁଇ ଭଉଣୀଙ୍କ ବିବାହ ଶେଷ ହୋଇଥିବା ବେଳେ ଭାଇ ସ୍କୁଲରେ ପଢ଼ୁଛି। ତାଙ୍କ ପରିବାର ଏବେ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ରହୁଥିବା ଜଣା ପଡ଼ିଛି। ଦେଶ ସେବା ପାଇଁ ୟଶଙ୍କର ଇଚ୍ଛା ଥିବାରୁ ସେ ଖୁବ କମ ବୟସରେ ‌ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏଥିରେ ପରିବାର ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ତାଙ୍କ ପୁଅ ମାତ୍ର ୨୦ବର୍ଷ ବୟସରେ ତାଙ୍କୁ ଛାଡ଼ି ଚାଲି ଯାଇଛି ବୋଲି ପରିବାର ଲୋକେ ବିଶ୍ବାସ କରିପାରୁ ନାହାନ୍ତି।

The post ଏ ଜୀବନର କିଛି ଠିକଣା ନାହିଁ; ଆଜି ଅଛେ, କାଲିକୁ ନଥିବା: ମୃତ୍ୟୁ ପୂର୍ବରୁ ନିଜ ସାଙ୍ଗକୁ ଏଭଳି କହିଥିଲେ ‌ଯବାନ first appeared on Sambad.



from ବିଶେଷ – Sambad https://ift.tt/37bvnQR

Post a Comment

0 Comments