
ନୂଆଦିଲ୍ଲୀ: ଆପଣ କେବେ ମ୍ୟାଗିରେ ଦହି ମିଶାଇ ଖାଇଛନ୍ତି? ଖାଇବା ତ ଦୂରର କଥା, ଆପଣ କେବେ ଏଭଳି ଏକ କମ୍ବିନେସନ୍ ବିଷୟରେ ଶୁଣିଛନ୍ତି କି? ଟ୍ବିଟର୍ରେ ଜଣେ ଟ୍ବିଟରିୟାନ୍ ଟ୍ବଟ୍ରରେ ପୋଷ୍ଟ୍ କରିଥିବା ଏକ ଫଟୋ ସୋସିଆଲ୍ ମିିଡିଆରେ ଚର୍ଚ୍ଚା ପାଲଟିଛି। ସେ ମ୍ୟାଗିରେ ଦହି ପକାଇ ଖାଉଛନ୍ତି ବୋଲି ଲେଖି ପୋଷ୍ଟ୍ କରିବା ପରେ ଟ୍ବିଟ୍ରରେ ଏବେ ଟ୍ରେଣ୍ଡ୍ ହେବାରେ ଲାଗିଛି।
I love both, but separately..far far away from each other
— Suj (@sujatachandran) November 17, 2020
ଟ୍ବିଟର୍ ବ୍ୟବହାରକାରୀ ଜଣକ ହେଉଛନ୍ତି ଫେଲନ୍ ମସ୍କ। ସେ ଫଟୋ ପୋଷ୍ଟ୍ କରି କ୍ୟାପ୍ସନ ଲେଖିଛନ୍ତି, ‘ଆତ୍ମାର ଖାଦ୍ୟ ହେଉଛି ମ୍ୟାଗି ଓ ଦହି’। ଏହି ପୋଷ୍ଟ୍ଟିକୁ ଗୁଡ଼ାଏ ଲାଇକ୍ ମିଳିଛି। ଏହି ପୋଷ୍ଟ୍କୁ ନେଇ ଟ୍ବିଟର୍ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ସବୁ ରଖିଛନ୍ତି। କେହି କେହି ଏହାକୁ ଏକ ଅଜବ କମ୍ବିନେସନ୍ ବୋଲି କହିଥିବା ବେଳେ କେହି କେହି ଏହାକୁ ଖୁବ୍ ସ୍ବାଦିଷ୍ଟ ହୋଇଥିବା ବୋଲି ଲେଖିଛନ୍ତି।
Maggi and curd is food for the soul
pic.twitter.com/RmNRVRvnfw
— Felon Mask (@acnymph) November 16, 2020
ମ୍ୟାଗିକୁ ନେଇ ପୂର୍ବରୁ ୨୦୧୯ ମସିହାରେ ବି ଏକ ଅଦ୍ଭୂତ ରେସିପି ଭାଇରାଲ୍ ହୋଇଥିଲା। ଜଣେ ଟ୍ବିଟର୍ ବ୍ୟବହାରକାରୀ ମିଠା ମ୍ୟାଗି କରୁଥିବା ଟ୍ବିଟର୍ରେ ଦେଖିବାକୁ ମିଳିଥିଲା। ସେ ମ୍ୟାଗିରେ କ୍ଷୀର ଓ ଗୋଲାପ ପାଖୁଡ଼ା ପକାଇ ରୋଷେଇ କରୁଥିବାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
You have done the impossible.
— Gentle Giant (@iKunaal) November 17, 2020
The post ମ୍ୟାଗିରେ ଦହି ପକାଇ କେବେ ଖାଇଛନ୍ତି? ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଲା ଯୁବତୀଙ୍କ ଏହି ପୋଷ୍ଟ୍ first appeared on Sambad.
from ବିଶେଷ – Sambad https://ift.tt/3fmbASk
0 Comments