ଫ୍ରାଙ୍କେନ୍‌ଷ୍ଟାଇନ୍‌ କଖାରୁ!

ମେରି ସେଲିଙ୍କ ଭୌତିକ ଉପନ୍ୟାସ ‘ଫ୍ରାଙ୍କେନ୍‌ଷ୍ଟାଇନ୍‌’ ଅନେକ ପଢ଼ିଥିବେ। ଇତି ମଧ୍ୟରେ ପ୍ରଥମ ପ୍ରକାଶନର ଦେଢ଼ ଶହ ବର୍ଷରୁ ଅଧିକ କାଳ ବିତିସାରିଥିଲେ ହେଁ ଉପନ୍ୟାସଟି ବିଶ୍ୱ ସ୍ତରରେ ପାଠକପ୍ରିୟତା ହରାଇନାହିଁ। ଏହା ଉପରେ ଏକାଧିକ ଫିଲ୍ମ ତିଆରି କରାଯାଇଥିବା ଜଣାଶୁଣା କଥା। ଉପନ୍ୟାସର ଏକ ମୁଖ୍ୟ ଚରିତ୍ର ଦାନବ ଫ୍ରାଙ୍କେନ୍‌ଷ୍ଟାଇନ୍‌ଙ୍କୁ ନେଇ ଏବର ମଣିଷଙ୍କ ମଧ୍ୟରେ ଉତ୍ସାହ ଅବ୍ୟାହତ ରହିଛି।

ଏହାର ସଦ୍ୟତମ ଉଦାହରଣ ହେଲା କାଲିଫର୍ନିଆର କୃଷକ ଟନି ଡିଘେରା ନିଜ ଖେତରେ ଫଳାଇଥିବା ‘ଫ୍ରାଙ୍କେନ୍‌ଷ୍ଟାଇନ୍‌ କଖାରୁ’। କଖାରୁଗୁଡ଼ିକୁ ସେ ଏଭଳି ପଦ୍ଧତିରେ ଫଳାଇଛନ୍ତି ଯେ, ସେଗୁଡ଼ିକ ଫିଲ୍ମୀ ଫ୍ରାଙ୍କେନ୍‌ଷ୍ଟାଇନ୍‌ର ମୁହଁ ପରି ଦିଶୁଛି। ଜୈବ ପଦ୍ଧତିରେ ଉତ୍ପାଦିତ ଗୋଟିଏ ଫ୍ରାଙ୍କେନ୍‌ଷ୍ଟାଇନ୍‌ କଖାରୁର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ପାଞ୍ଚ ହଜାର ଟଙ୍କା। କଖାରୁଗୁଡ଼ିକୁ ଦାନବ ରୂପ ଦେବା ପାଇଁ ସେ ବ୍ୟବହାର କରିଥିବା ଦୁଇଟି ଯନ୍ତ୍ରର ମୂଲ୍ୟ ଶହେ କୋଡ଼ିଏ ଲକ୍ଷ ଟଙ୍କାରୁ ଅଧିକ। ତେଣୁ, କଖାରୁର ମୂଲ୍ୟ ଅଧିକ ରଖିବାକୁ ସେ ବାଧ୍ୟ ହୋଇଥିବା ପ୍ରକାଶ।

The post ଫ୍ରାଙ୍କେନ୍‌ଷ୍ଟାଇନ୍‌ କଖାରୁ! first appeared on Sambad.



from ବିଶେଷ – Sambad https://ift.tt/32AcNAe

Post a Comment

0 Comments