
କାଲି ଛାଡ଼ି ପହରିଦିନ ଧନ୍ତର୍ସ ଅର୍ଥାତ ଧନ-ତ୍ରୈୟଦଶ। ଏହା ଦୀପାବଳୀର ଦୁଇ ଦିନ ପୂର୍ବରୁ ପଡ଼େ। ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି। ଧନ୍ତର୍ସକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି। ଏହି ଦିନର ବିଶେଷତ୍ୱ ହେଉଛି କିଛି ନା କିଛି ବସ୍ତୁ କିଣି ମାଆ ଲକ୍ଷ୍ମୀଙ୍କୁ ଖୁସି କରାଯାଏ।
ଅଧିକାଂଶ ଲୋକେ ସୁନା, ରୂପା ଓ ହୀରା ଆଦି ଦାମୀ ବସ୍ତୁ କିଣି ଧନ୍ତରସ୍ ପାଳନ କରିଥାନ୍ତି। କୌଣସି ଅଳଙ୍କାର କିଣିବାର ଥିଲେ ଲୋକେ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହି ଦିନରେ ବସ୍ତୁ ଉପରେ ଦୋକାନୀମାନେ ଭଲ ରିହାତି ମଧ୍ୟ ଦେଇଥାନ୍ତି। ମାତ୍ର ଆପଣ ଯଦି ଏପରି କୌଣସି ଦାମୀ ଜିନିଷ କିଣି ନ ପାରୁଛନ୍ତି ତେବେ ବିବ୍ରତ ହେବାର କୌଣସି କାରଣ ନାହିଁ। ଆହୁରି ଅନେକ ଜିନିଷ ଅଛି ଯାହା ଆପଣ ଧନ୍ତରସ୍ରେ କିଣିପାରିବେ।
ଧନ୍ତରସ୍ ପାଳନ କରିବା ପାଇଁ ଆପଣ ନୂଆ ପୋଷାକ କିଣିପାରନ୍ତି। କେବଳ ପୋଷାକ ନୁହେଁ, ଚାମଚଟିଏ କିଣି ମଧ୍ୟ ଆପଣ ଧନତରସ୍ ପାଳନ କରିପାରନ୍ତି। ଘର ପାଇଁ ଝାଡୁ, ବାସନକୁସନ, ପିତଳ କିମ୍ବା ତମ୍ବା ସାମଗ୍ରୀ, ଭଗବାନଙ୍କ ଫଟୋ ଆଦି ମଧ୍ୟ କିଣିପାରିବେ।
ଦୀପାବଳୀ ପରି ଏହି ଦିନ ବି କେହି କେହି ଦୀପ ଜାଳି ନିଜ ଘରକୁ ଆଲୋକିତ କରିଥାନ୍ତି। ଧନ୍ତର୍ସ ପୂଜାରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ। ଘରକୁ ଯେକୌଣସି ନୂଆ ସାମଗ୍ରୀ କିଣିନେବା ବି ଏହି ଦିନ ପାଇଁ ଯଥେଷ୍ଟ ହୋଇଥାଏ।
The post ମାଆ ଲକ୍ଷ୍ମୀଙ୍କୁ ଖୁସି କରାଇବାକୁ ଚାହୁଁଥିଲେ ଧନ୍ତର୍ସରେ କିଣନ୍ତୁ ଏହି ସବୁ ସାମଗ୍ରୀ first appeared on Sambad.
from ବିଶେଷ – Sambad https://ift.tt/3npLa5d
0 Comments