ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ

୧୯୯୮ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୨୨ରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ’ (ଇଣ୍ଟର‌୍‌ନେସ୍‌ନାଲ୍‌ ଷ୍ଟଟରି˚ ଆେଵରନେସ ଡେ)। ବିଶ୍ବର ମୋଟ ଜନସ˚ଖ୍ୟାର ଏକ ପ୍ରତିଶତ ଖନା; ଯେଉଁମାନେ ସ୍ପଷ୍ଟ କହିପାରନ୍ତିନାହିଁ। ସେମାନଙ୍କ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ‘ୟୁରୋପିଆନ୍‌ ଲିଗ୍‌ ଅଫ୍‌ ଷ୍ଟଟରି˚ ଆସୋସିଏସନ୍‌ସ’, ‘ଇଣ୍ଟର‌୍‌ନେସ୍‌ନାଲ୍‌ ଫ୍ଲୁଏନ୍‌ସି ଆସୋସିଏସନ୍‌’ ଏବ˚ ‘ଇଣ୍ଟର‌୍‌ନେସ୍‌ନାଲ୍‌ ଷ୍ଟଟରି˚ ଆସୋସିଏସନ୍‌’ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଉଛି।

୨-୫ ବର୍ଷ ମଧ୍ୟରେ ପ୍ରାୟ ୫ ପ୍ରତିଶତ ଶିଶୁ ଖନାନ୍ତି। ଏଥିରେ ସୁଧାର ଅଣା ନ ଗଲେ, କେତେକଙ୍କ କ୍ଷେତ୍ରରେ ତାହା ଆଜୀବନ ରହିଯାଏ। ଝିଅଙ୍କ ତୁଳନାରେ ପୁଅ ଖନା ହେବାର ଆଶଙ୍କା ଅଧିକ। ଏହା ଏକ ସ୍ନାୟୁଗତ ବିକାର; ଜିନ୍‌ ଦୋଷରୁ ମଧ୍ୟ ହୋଇପାରେ। ଶିଶୁ ଏକୁଟିଆ ଅଧିକ ସମୟ ରହୁଥିଲେ ବି ଏହାର ଶିକାର ହୋଇପାରେ। ବ୍ରିଟେନ୍‌ର ରାଜା ଷଷ୍ଠ ଜର୍ଜ‌୍‌ ଆଜୀବନ ଖନା ଥିଲେ। ବ୍ରିଟିସ୍‌ ପ୍ରଧାନ ମନ୍ତ୍ରୀ ଵିନ୍‌ଷ୍ଟନ୍‌ ଚର୍ଚିଲ୍‌, ଇ˚ଲିସ୍‌ ଲେଖକ ଲୁଇସ୍‌ କାରୋଲ୍‌, ଗଲ୍‌ଫ ଖେଳାଳି ଟାଇଗର‌୍‌ ଉଡ୍‌ସ, ହଲିଉଡ୍‌ କଳାକାର ବ୍ରୁସ୍‌ ଵିଲିସ୍‌, ଜୁଲିଆ ରବର୍ଟ‌୍‌, ମେରିଲିନ୍‌ ମନ୍‌ରୋ ଆଦି ଶୈଶବରେ ଖନା ଥିଲେ।

The post ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ first appeared on Sambad.



from ବିଶେଷ – Sambad https://ift.tt/2HgzvpU

Post a Comment

0 Comments