
ଆଜି ‘ନଟ୍ ଡେ’। ଏକାଧିକ ପ୍ରକାରର ଫଳ, ଯେଉଁ ଗୁଡ଼ିକର ଖୋଳ ସାଧାରଣତଃ ଟାଣ ଏବ˚ ମଞ୍ଜି ଖାଦ୍ୟ ଉପଯୋଗୀ, ସେଗୁଡ଼ିକୁ ଇ˚ରେଜୀରେ ‘ନଟ୍’ କହାଯାଏ। ଆଲ୍ମଣ୍ତ୍, କାଜୁ, ପିକାନ୍ସ, ଵାଲ୍ନଟ୍, ଚେଷ୍ଟନଟ୍, ହାଜେଲ୍ନଟ୍ସ, ପିସ୍ତାଚିଓ, ବ୍ରାଜିଲ୍ ନଟ୍ସ, ପାଇନ୍ ନଟ୍ସ, ମାକାଡାମିଆ ଆଦି ଏହି ଶ୍ରେଣୀର।
ବିଭିନ୍ନ ପ୍ରକାରର ଖାଦ୍ୟସାର ଓ ଜୀବସାର ରହୁଥିବାରୁ, ମଣିଷ ପାଇଁ ନଟ୍ ସ୍ବାସ୍ଥ୍ୟକର। ନିୟମିତ ଖାଇଲେ, ବହୁ ପ୍ରକାରର ରୋଗ ହୁଏନାହିଁ। ମାକାଡେମିଆକୁ ‘କିଙ୍ଗ୍ ଅଫ୍ ନଟ୍ସ’ କହାଯାଏ। ବିଶ୍ବରେ ଉତ୍ପନ୍ନ ହେଉଥିବା ମୋଟ ଆଲ୍ମଣ୍ତ୍ର ଚାଳିଶ ପ୍ରତିଶତ, ବିଭିନ୍ନ ଚକୋଲେଟ୍ କାରଖାନାରେ ବ୍ୟବହୃତ ହୁଏ। ଚେଷ୍ଟନଟ୍ ଏକମାତ୍ର ନଟ୍, ଯେଉଁଥିରୁ ଭିଟାମିନ୍ ସି ମିଳେ। ଵାଲ୍ନଟ୍ରୁ ସର୍ବାଧିକ ପରିମାଣର ଓମେଗା ୩ ଫ୍ୟାଟି ଏସିଡ୍ ମିଳେ। ପେସ୍ତା ବାଦାମକୁ ଇରାନରେ ‘ସ୍ମାଇଲି˚ ନଟ୍’ ଓ ଚାଇନାରେ ‘ହାପି ନଟ୍’ କହାଯାଏ।
The post ନଟ୍ ଡେ ଆଜି first appeared on Sambad.
from ବିଶେଷ – Sambad https://ift.tt/2TgKrGc
0 Comments