ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଆଇଏଏସ୍‌ ରାଖୀ ଗୁପ୍ତାଙ୍କ ଏକ ଭଜନ ଭିଡିଓ

ନୂଆଦିଲ୍ଲୀ: ପୂର୍ବରୁ ଇଣ୍ଟରନେଟ୍‌ରେ ଅନେକ ଭିଡିଓ ଭାଇରାଲ୍‌ ହୋଇ ଲୋକଙ୍କ ମନକୁ ଛୁଇଁଛି। ନିକଟରେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି ଆଇଏଏସ୍‌ ରାଖୀ ଗୁପ୍ତାଙ୍କର ଏକ ଭିଡିଓ। ଯାହାକି ଏବେ ଅନେକ ଲୋକଙ୍କୁ ପସନ୍ଦ ଆସୁଛି। ଭିଡିଓରେ ରାଖୀ ଗୁପ୍ତା ଏକ ଭଜନରେ ନଜର ଆସୁଛନ୍ତି। ସେଥିରେ ତାଙ୍କର ଶ୍ୟାମ ଭକ୍ତି ସ୍ପଷ୍ଟ ଦେଖିିବାକୁ ମିଳୁୁଛି।

‘ମେନ୍ ତୋ ରଟୁଙ୍ଗୀ ରାଧା ନାମ’ ଶୀର୍ଷକ ଏକ ଗୀତରେ ଭକ୍ତିପୂର୍ଣ୍ଣ ଅନ୍ଦାଜରେ ନଜର ଆସିଛନ୍ତି ରାଖୀ। ଅକ୍ଟୋବର ୧୮ ତାରିଖରେ ଏହି ଗୀତଟିକୁ ୟୁଟ୍ୟୁବ୍‌ରେ ପୋଷ୍ଟ୍‌ କରାଯିବା ପରେ ଏହା ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ୟୁଟ୍ୟୁବ୍‌ରେ ‌ଏବେ ସୁଦ୍ଧା ୨ ଲକ୍ଷ ପାଖାପାଖି ଲୋକ ଦେଖି ସାାରିଲେଣି।

ସଢ଼େ ଚାରି ମିନିଟ୍‌ର ଏହି ଭିଡିଓ ଭଗବାନ କୃଷ୍ଣ ଏବଂ ରାଧାଙ୍କ ଉପରେ ଆଧାରିତ। ଭିିଡିଓରେ ବାଜୁଥିବା ଗୀତକୁ ଗୌରବ ଦେବ ଏବଂ କାର୍ତ୍ତିକ ଦେବ ରଚନା କରିଛନ୍ତି। ୟୁଟ୍ୟୁବ୍‌ରେ ଗୀତଟିକୁ ସେୟାର୍‌ କରାଯାଇ ଲେଖା ଯାଇଥିଲା,  ‘ରାଖୀ ଗୁପ୍ତା ଏକ ସୁନ୍ଦର କୃଷ୍ଣ ଭଜନ ଗାନ କରିଛନ୍ତି, ଯାହାକି କୃଷ୍ଣ ଏବଂ ବ୍ରଜ ଦେଶ ପ୍ରତି ଜଣେ ଭକ୍ତଙ୍କ ଭକ୍ତିକୁ ବର୍ଣ୍ଣନା କରିଛି।’ ଭିଡିଓଟିକୁ କୃଷ୍ଣଙ୍କ ଜନ୍ମସ୍ଥାନ ବୃନ୍ଦାବନରେ ସୁଟିଂ କରାଯାଇଛି।

The post ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଆଇଏଏସ୍‌ ରାଖୀ ଗୁପ୍ତାଙ୍କ ଏକ ଭଜନ ଭିଡିଓ first appeared on Sambad.



from ବିଶେଷ – Sambad https://ift.tt/2Tchsn4

Post a Comment

0 Comments