ଭିଡିଓ ଭାଇରାଲ ହେବା ପରେ ରାସ୍ତାପାର୍ଶ୍ବରେ ଚାରା ବିକ୍ରି କରୁଥିବା ବୃଦ୍ଧଙ୍କ ବଦଳିଗଲା ଭାଗ୍ୟ

ବେଙ୍ଗାଲୁରୁ : ସୋସିଆଲ ମିଡିଆ ଜରିଆରେ ଅନେକ ଅସହାୟ ଓ ଗରିବ ଲୋକଙ୍କ ଭାଗ୍ୟ ବଦଳି ଯାଇଛି। ନିକଟରେ ଦିଲ୍ଲୀରେ ବସବାସ କରୁଥିବା ‘ବାବା କା ଢ଼ା’ ଭିଡିଓ ଭାଇରାଲ ହେବା ପରେ ଦମ୍ପତିଙ୍କ ଷ୍ଟଲରେ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ସେହିପରି ନିକଟରେ ବେଙ୍ଗାଲୁରୁରେ ରାସ୍ତା କଡ଼ରେ ଜଣେ ବୃଦ୍ଧ ବ୍ୟକ୍ତି ଟାଣ ଖରାରେ ଔଷଧୀୟ ଗଛର ଚାରା ବିକ୍ରି କରୁଥିଲେ। ବୃଦ୍ଧ ଜଣକ ଏଭଳି ଅବସ୍ଥାରେ ଚାରା ବିକ୍ରି କରୁଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହୋଇଯାଇଥିଲା।

ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବୃଦ୍ଧଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ବୃଦ୍ଧଙ୍କ ବସିବାର ବନ୍ଦୋବସ୍ତ କରି ଦେବା ସହିତ ଚାରା ଗଛ କିଣି ନେଇଥିଲେ। ପ୍ରତିଦିନ ଯେତିକି ବ୍ୟବସାୟ ହୋଇଥାଏ ତାହାର ଦ୍ବିଗୁଣା ବ୍ୟବସାୟ ହୋଇଥିବା ବୃଦ୍ଧ ଚାରା ବିକାଳି ରେବନା ସିଦ୍ଧପ୍ପା କହିଛନ୍ତି।

 

କିଛିଦିନ ତଳେ ଟୁଇଟର ବ୍ୟବହାରକାରୀ ‘ @ ଶୁଭମ ଜୈନ ୯୯୯ ସୋସିଆଲ ମିଡିଆରେ କର୍ଣ୍ଣାଟକର ସାରାକି ସିଗନାଲ ନିକଟ କନକାପୁରା ରାସ୍ତାରେ ଚାରା ବିକ୍ରି କରୁଥିବା ରେବନା ସିଦ୍ଧପ୍ପାଙ୍କ ଦୁଇଟି ଫଟୋ ସେୟାର କରିଥିଲେ। ଯେଉଁଥିରେ ଦେଖିବାକୁ ମିଳୁଥିଲା ଟାଣ ଖରାରେ ବୃଦ୍ଧ ରେବନା ରାସ୍ତାପାର୍ଶ୍ବରେ ବସି କିଛି ଚାରା ବିକ୍ରି କରୁଛନ୍ତି। ଆଉ ଟାଣ ଖରାରରୁ ନିଜକୁ ରକ୍ଷା କରିବା ପାଇଁ ଗୋଟିଏ ହାତରେ ଛତାଟିଏ ଧରିଛନ୍ତି। ବୃଦ୍ଧଙ୍କୁ ସମର୍ଥନ କରିବା ପାଇଁ ଶୁଭମ ଜୈନ ତାଙ୍କ ଫଲୋୟର୍ସମାନଙ୍କୁ ଅନୁରୋଧ ବି କରିଥିଲେ।

ବୃଦ୍ଧ ବିକ୍ରି କରୁଥିବା ଚାରା ମୂଲ୍ୟ ମାତ୍ର ୧୦ରୁ ୩୦ଟଙ୍କା ଭିତରେ ରହିଛି।

The post ଭିଡିଓ ଭାଇରାଲ ହେବା ପରେ ରାସ୍ତାପାର୍ଶ୍ବରେ ଚାରା ବିକ୍ରି କରୁଥିବା ବୃଦ୍ଧଙ୍କ ବଦଳିଗଲା ଭାଗ୍ୟ first appeared on Sambad.



from ବିଶେଷ – Sambad https://ift.tt/3kFY3He

Post a Comment

0 Comments