
ନୂଆଦିଲ୍ଲୀ: ଚୀନ୍ର ଜଣେ ଡାକ୍ତର ଜନୈକ ବ୍ୟକ୍ତିଙ୍କ ଆଖିରୁ ୨୦ ଟି ଜୀବନ୍ତ କୃମି ବାହାର କରିଥିବା ପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ୱାନ ନାମକ ୬୦ବର୍ଷର ରୋଗୀଙ୍କ ମାସକ ତଳେ ଆଖିରେ ଯନ୍ତ୍ରଣା ହୋଇଥିଲା। ସେ ସଠିକ ଭାବେ ନଶୋଇବା କାରଣରୁ ଏପରି ହେଉଛି ଭାବି ହେଳାରେ ରହି ଯାଇଥିଲେ। ଧୀରେ ଧୀରେ ୱାନଙ୍କ ଏହି ଯନ୍ତ୍ରଣା ଅସମ୍ଭାଳ ହୋଇଥିଲା। ଆଖିର ଯନ୍ତ୍ରଣା ସହି ନପାରି ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସୁଜୋ ସହରର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସୁଜୋ ହସ୍ପିଟାଲର ଡାକ୍ତରମାନେ ୱାନଙ୍କ ଆଖିର ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଡାହାଣ ଆଖି ତଳେ ପାଖାପାଖି ୨୦ ଟି ଜୀବନ୍ତ କୃମି ଥିବା ଦେଖିବାକୁ ମିଳିଥିଲା। ଏହାପରେ ଡାକ୍ତର ଅସ୍ତ୍ରୋପଚାର କରି ୱାନଙ୍କ ଆଖି ଭିତରୁ ୨୦ଟି କୃମି ବାହାର କରିଥିଲେ।

| ୱାନଙ୍କ ଆଖି ତଳେ କୃମି କିପରି ପହଞ୍ଚିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା । ଏହି ଘଟଣା ପୂର୍ବରୁ ୨୦୧୮ରେ ଆମେରିକାର ଜଣେ ମହିଳା ତାଙ୍କ ଚେହେରାରେ ଏକ ଦାଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଜଣାପଡ଼ିଥିଲା କି ତାଙ୍କ ଚେହେରାର ଚର୍ମ ତଳେ ଅନେକ କୃମି ବସାବାନ୍ଧି ରହିଥିଲେ।
The post ବୃଦ୍ଧଙ୍କ ଆଖି ଭିତରୁ ବାହାରିଲା ୨୦ଟି ଜୀବନ୍ତ କୃମି first appeared on Sambad.
from ବିଶେଷ – Sambad https://ift.tt/3jEonQJ
0 Comments