ଦୁର୍ଘଟଣାରେ ହାତ ହରାଇବା ପରେ ବି ହାର ମାନି ନାହାନ୍ତି ଏହି ଯୁବକ: ଫାଷ୍ଟଫୁଡ଼ ଠେଲା ଦେଇ କରୁଛନ୍ତି ରୋଜଗାର

ନୂଆଦିଲ୍ଲୀ: ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କି ତାଙ୍କ ଜୀବନରେ ଯଦି କୌଣସି କାରଣରୁ ଅଘଟଣର ସ୍ବୀକାର ହୋଇଥା‌ଆନ୍ତି ସେମାନେ ହାର ମାନି ଯାଇଥାଆନ୍ତି। ଏହାରି ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହାତଗୋଡ଼ ନଥିବା ସତ୍ତ୍ବେ ବି ସେମାନେ ଅନ୍ୟ ଉପରେ ବୋଝ ହୋଇ ବଞ୍ଚିବାକୁ ଭଲ ପାଆନ୍ତି ନାହିଁ। ସେମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଆତ୍ମନିର୍ଭଶୀଳ ହେବାକୁ ଚେଷ୍ଟା କରିଥାଆନ୍ତି।

ନିକଟରେ ଏମିତି ଜଣେ ବ୍ୟକ୍ତିଙ୍କ ସଂଘର୍ଷ କାହାଣୀ ‌ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାଙ୍କ ଦୁର୍ଘଟଣାରେ ହାତ କାଟି ଯାଇଥିବା ସତ୍ତ୍ବେ ସେ ପରିଶ୍ରମ କରି ରୋଜଗାର କରୁଛନ୍ତି।

ପିତାମ୍ବର ବତୋର ଟ୍ରକ ଚାଳକ ଭାବେ କାମ କରୁଥିଲେ। ୨୦୧୦ ମସିହାରେ ଟ୍ରକ ଚଳାଉଥିବା ବେଳେ ତାଙ୍କର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ତାଙ୍କର ଡାହାଣ ହାତକୁ ହରାଇ ଦେଇଥିଲେ। ଏହାପରେ ତାଙ୍କୁ ଗାଡ଼ି ଚଲାଇବାରେ ଅନେକ ଅସୁବିଧା ହୋଇଥିଲା। ତେଣୁ ସେ ନିଜର ପେସା ବଦଳାଇବାକୁ ବାଧ୍ୟ ହୋଇଥିଲେ।

ଫୁଡ଼ି ବିଶାଳ ନାମକ ଇନଷ୍ଟା ବ୍ୟବହାରକାରୀ ପିତାମ୍ବରଙ୍କର କାହାଣୀକୁ ସୋସିଆଲ ମିଡିଆରେ ‌‌ସେୟାର କରି ଲେଖିଛନ୍ତି, ପିତାମ୍ବର ଦୁର୍ଘଟଣାର ସ୍ବୀକାର ହେବା ପରେ ହାତ ହରାଇଥିଲେ। ଏହା ସତ୍ତ୍ବେ ବି ସେ ହାର ମାନି ନଥିଲେ। ଅସୁବିଧା ସମୟକୁ ସାହାସର ସାମ୍ନା କରିଥିଲେ। ଏବେ ସେ ଦିନରେ ବିରିୟାନି ଦୋକାନରେ କାମ କରୁଥିବା ‌ବେଳେ ସନ୍ଧ୍ୟାରେ ରାସ୍ତାପାର୍ଶ୍ବରେ ଫାଷ୍ଟଫୁଡ଼ର ଠେଲା ଦେଇଥାଆନ୍ତି।

କୃଷ୍ଣା ପାଷ୍ଟ ଫୁଡ଼ ସେଣ୍ଟର ନାମରେ ତାଙ୍କର ଏକ ଠେଲା ଅଛି। ସେ ବଲ୍ଲଭଗଡ଼ରେ କାମ କରନ୍ତି। ତାଙ୍କର ଏହି ବାସ୍ତବ ଜୀବନ କାହାଣୀ ଲୋକଙ୍କୁ ପ୍ରେରଣା ଦେବ। ଲକଡାଉନ କାରଣରୁ ତାଙ୍କର ରୋଜଗାର ମାନ୍ଦା ପଡ଼ି ଯାଇଛି। ତାଙ୍କର ବିଶ୍ବାସ ଯେ କରୋନା ସଂକ୍ରମଣ ହ୍ରାସ ପାଇଲେ ପୂର୍ବ ପରି ପୁଣି ତାଙ୍କ ରୋଜଗାର ହେବ।

The post ଦୁର୍ଘଟଣାରେ ହାତ ହରାଇବା ପରେ ବି ହାର ମାନି ନାହାନ୍ତି ଏହି ଯୁବକ: ଫାଷ୍ଟଫୁଡ଼ ଠେଲା ଦେଇ କରୁଛନ୍ତି ରୋଜଗାର first appeared on Sambad.



from ବିଶେଷ – Sambad https://ift.tt/3ebXouB

Post a Comment

0 Comments