ଅନଲାଇନରେ ବିଲେଇ ମଗାଇଥିଲେ… ଘରେ ପହଞ୍ଚିଲା ବାଘ ଛୁଆ

ନୂଆଦିଲ୍ଲୀ: ଅନଲାଇନ ସପିଂର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କରୋନା କାଳରେ ଏହାର ବ୍ୟବହାର ଅଧିକ ବଢ଼ି ଯାଇଛି। କାରଣ କରୋନା ମହାମାରୀ ସମୟରେ ସରକାର ଲୋକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଲୋକମାନେ ବି ଭୟରେ ବାହାରକୁ ବାହାରୁ ନାହାନ୍ତି।

ଏଭଳି ସମୟରେ ଅନଲାଇନ୍‌ ନେଣଦେଣ ଢେର ବଢିଛି। ଲୋକେ ଖାଦ୍ୟପଦାର୍ଥଠାରୁ ଆରମ୍ଭ କରି ଘରର ବିଭିନ୍ନ ପ୍ରକାର ସାମଗ୍ରୀ  ଘର ସଜାଇବା ଜିନିଷ ହେଉ ଅବା ସଉଦା ସବୁ ଅନଲାଇନରୁ ମଗାଇ ଦେଉଛନ୍ତି। ଏପରିକି ଯେଉଁ ଲୋକମାନଙ୍କ ଗୃହପାଳିତ ପଶୁପକ୍ଷୀ ପ୍ରତି ସଉକ ଅଛି ସେମାନେ ବି ଅନଲାଇନରେ ପଶୁପକ୍ଷୀଙ୍କୁ ଘରକୁ ମଗାଉଛନ୍ତି।

Couple Trying To Buy Savannah Cat End Up With A Tiger Cub Instead
NDTV.com

ନିକଟରେ ଫ୍ରାନ୍ସ ନର୍ମାଣ୍ଡିରେ ଏକ ଦମ୍ପତ୍ତି ଖବର କାଗଜରେ ବିଲେଇ ବିକ୍ରି ବିଜ୍ଞାପନ ଦେଖି ଏକ ସଭାନା ବ୍ରିଡ ବିଲେଇକୁ ପସନ୍ଦ କରିଥିଲେ। ଫରାସୀ ମୁଦ୍ରାରେ ଏହି ବିଲେଇର ମୂଲ୍ୟ ୬ ହଜାର ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୫ଲକ୍ଷ ଟଙ୍କା ଥିଲା। ସେମାନେ ବିଲେଇ କିଣିବା ଲାଗି ଅନଲାଇନ୍ ଡିଟେଲସ୍ ପୂରଣ କରିବା ସହ ଟଙ୍କା ବି ପୈଠ  କରିଦେଇଥିଲେ।

ଦମ୍ପତ୍ତିଙ୍କ ଅର୍ଡରର ଦିନକ ପରେ ଡେଲିଭରି ବୟ ସେମାନଙ୍କ ଘରକୁ ଏକ ବାକ୍ସ ଧରି ପହଞ୍ଚିଥିଲେ। ବିଲେଇକୁ ବାହାର କରିବା ଲାଗି ଦମ୍ପତ୍ତି ବାକ୍ସ ଖୋଲିବା ବେଳକୁ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସ ଭିତରେ ବିଲେଇ ବଦଳରେ ଏକ ୩ ମାସର ବାଘ ଶାବକ ଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

The post ଅନଲାଇନରେ ବିଲେଇ ମଗାଇଥିଲେ... ଘରେ ପହଞ୍ଚିଲା ବାଘ ଛୁଆ first appeared on Sambad.



from ବିଶେଷ – Sambad https://ift.tt/3lEUxgs

Post a Comment

0 Comments