
ଜାପାନର ରାଜଧାନୀ ଟୋକିଓରୁ ପ୍ରାୟ ଶହେ କି.ମି. ଦୂରରେ ଅବସ୍ଥିତ ଏକ ଛୋଟ ସହର ଚିଚିବୁରେ ରହିଛି ଏକ ବିଚିତ୍ର ସଂଗ୍ରହାଳୟ। ଜାପାନୀ ଭାଷାରେ ସଂଗ୍ରହାଳୟର ନାଁ ହେଉଛି ‘ଚିନ୍ସେକିକାନ୍’ ଯାହାର ଅର୍ଥ ହେଉଛି କୌତୂହଳୀ ପଥର ସଂଗ୍ରହାଳୟ। ଏଠାରେ ୧୭୦୦ରୁ ଊର୍ଦ୍ଧ୍ବ ମଣିଷ ମୁହଁ ସଦୃଶ ପଥର ସଂଗୃହିତ ହୋଇ ରହିଛି। କେଉଁ ପଥର ସଂଗୀତଜ୍ଞ ଏଲ୍ଭିସ୍ ପ୍ରିସ୍ଲିଙ୍କ ମୁହଁ ଭଳି ଦିଶୁଛି ତ ଆଉ କେଉଁଟି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭଳି।
ଶୋଜୋ ହାୟାମା ନାମକ ବ୍ୟକ୍ତି ଏହି ସଂଗ୍ରହାଳୟକୁ ଆରମ୍ଭ କରିଥିଲେ। ସେ ୫୦ ବର୍ଷ ଧରି ମଣିଷ ମୁହଁ ଆକୃତିର ପଥର ସଂଗ୍ରହ କରି ଏହି ସଂଗ୍ରହାଳୟକୁ ଋଦ୍ଧିମନ୍ତ କରିଆସିଥିଲେ। ୨୦୧୦ରେ ତାଙ୍କର ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ ଓ ଝିଅ ସଂଗ୍ରହାଳୟ ଚଳାଉଛନ୍ତି। ପ୍ରତିଟି ପଥରର ଭିନ୍ନ ଭିନ୍ନ ନାଁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କେବଳ ପ୍ରାକୃତିକ ଭାବେ ମଣିଷ ମୁହଁର ରୂପ ହାସଲ କରିଥିବା ପଥରଗୁଡ଼ିକୁ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଥାଏ। ତେଣୁ ଘଣ୍ଟା ଘଣ୍ଟା ଧରି ନଦୀ କୂଳ ଭଳି ସ୍ଥାନମାନଙ୍କରେ ଏଭଳି ବିରଳ ପଥରର ସନ୍ଧାନ କରିବାକୁ ପଡ଼େ।
The post କୌତୂହଳୀ ପଥର ସଂଗ୍ରହାଳୟ first appeared on Sambad.
from ବିଶେଷ – Sambad https://ift.tt/34ONs60
0 Comments