
ମୁମ୍ବାଇ: ପୁଣି ଥରେ ନିଜର ମହାନତା ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭିନେତା ସୋନୁ ସୁଦ। ଜାରି ରହିଛି ତାଙ୍କର ସାହାଯ୍ୟ କରିବାର ମନୋବୃତ୍ତି । କେତେବେଳେ ସେ ଗରିବ ପିଲାଙ୍କୁ ପାଠ ପଢାରେ ସହାଯ୍ୟ କରୁଛନ୍ତି ତ ଆଉ କେତେବେଳେ କାହାକୁ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି । ଏହି ଭଳି ଭାବେ ସେ ଏବେ ଗରିବଙ୍କ ଦୁଃଖରେ ନିଜକୁ ସାମିଲ କରାଇ ସେମାନଙ୍କ ପାଇଁ ‘ମସିହା’ ସାଜିଛନ୍ତି ସୋନୁ। ଏହି କ୍ରମରେ ନିକଟରେ ସେ ଜଣେ ଗରିବ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରି ଆଉଥରେ ଆସିଛନ୍ତି ଚର୍ଚ୍ଚାର ପରିସରକୁ।
ସୋନୁଙ୍କ ସହାୟତା ପାଇଁ ୪ ବର୍ଷ ପରେ ଏବେ ନିଜ ଗୋଡରେ ଛିଡା ହେବାକୁ ସମର୍ଥ ହୋଇଛନ୍ତି ୟାକୁବ । ଆର୍ଥିକ ସମସ୍ୟା ଯୋଗୁଁ ୟାକୁବ ନିଜ ଚିକିତ୍ସା କରିପାରୁ ନଥିଲେ । ସେଥିପାଇଁ ସେ ସୋନୁ ସୁଦଙ୍କୁ ତାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ସୋନୁ ଯୁବକଙ୍କ ଅନୁରୋଧକୁ ରକ୍ଷା କରିବା ପରେ ଏବେ ୟାକୁବଙ୍କ ସଫଳ ଅସ୍ତ୍ରୋପଚାର ହୋଇ ପାରିଛି।
ଅକ୍ଟୋବର ୧ ତାରିଖରେ ୟାକୁବ ସୋନୁଙ୍କୁ ଟ୍ୱିଟ କରି ଲେଖିଥିଲେ, ‘ସାର ଆପଣଙ୍କ ଯୋଗୁଁ ମୋର ଏମ୍ସରେ ଚେକଅପ ହୋଇଗଲା । ଆପଣ ଜଲଦି ମୋର ଚିକିତ୍ସା କରିଦିଅନ୍ତୁ । ଏହାପରେ ସୋନୁ ଏହାର ଉତ୍ତର ଦେଇ ଲେଖିଥିଲେ କି , ଆପଣଙ୍କ ଚିକିତ୍ସା ଏମ୍ସରେ ଡାକ୍ତର ମଲହୋତ୍ରା କରିବେ । ସେ ମୋତେ ପ୍ରତିଶୃତି ଦେଇଛନ୍ତି ଆପଣ ଖୁବଶୀଘ୍ର ସିଡି ଚଢିବେ’।
ଏବେ ସଫଳ ଚିକିତ୍ସା ପରେ ନିଜ ଗୋଡରେ ଛିଡା ହୋଇ ଚାଲି ପାରୁଛନ୍ତି ୟାକୁବ । ଏହାସହ ସେ ସିଡିରେ ଚାଲୁଥିବାର ଏକ ଭିଡିଓ ଟ୍ୱିଟରରେ ମଧ୍ୟ ପୋଷ୍ଟ କରିଛନ୍ତି ।
ଏବେ ପୁରା ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ୟାକୁବ । ଘରେ ନିଜ ନବଜାତ ଶିଶୁ ସହ ଫୋଟ ସେୟାର କରି ସେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋନୁ ସୁଦ ଏହାର ଉତ୍ତର ଦେଇ ଲେଖିଛନ୍ତି, ‘ଆପଣ ଷ୍ଟାର ଆଉ ଆପଣଙ୍କ ଝିଅ ସୁପର ଷ୍ଟାର’।
The post ସୋନୁ ସୁଦଙ୍କ ମହାନତା: ଅର୍ଥ ଅଭାବରୁ ଗୋଡ ଅସ୍ତ୍ରୋପଚାର କରିପାରୁ ନଥିଲେ ଯୁବକ, ସୋନୁ ବଢାଇଲେ ସହାୟତାର ହାତ; ୪ ବର୍ଷ ପରେ ନିଜ ଗୋଡରେ ଛିଡା ହେଲେ ଯୁବକ first appeared on Sambad.
from ବିଶେଷ – Sambad https://ift.tt/30Y5bqJ
0 Comments