
୨୦୦୮ରୁ ପ୍ରତି ବର୍ଷ ଅକ୍ଟୋବର ୧୫ରେ ପାଳିତ ହେଉଛି ‘ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ’ ବା ଇ˚ରେଜୀରେ ‘ଗ୍ଲୋବାଲ୍ ହ୍ୟାଣ୍ତ୍ ଵାସି˚ ଡେ’। ନିୟମିତ ହାତ ଧୋଉଥିଲେ ଉଦର ଓ ଶ୍ୱାସକ୍ରିୟା ସ˚ପର୍କିତ ବିଭିନ୍ନ ମାରାତ୍ମକ ସ˚କ୍ରାମକ ରୋଗ(ନିମୋନିଆ, ଡାଇରିଆ ଆଦି; ଏହି ଦୁଇଟି ରୋଗ ଯୋଗୁଁ ପ୍ରତି ବର୍ଷ ବିଶ୍ୱରେ ପାଞ୍ଚ ବର୍ଷରୁ କମ୍ ବୟସ୍କ ୩୫ ଲକ୍ଷ ଶିଶୁଙ୍କ ଜୀବନ ଯାଉଛି) ହେବାର ଆଶଙ୍କା ୨୫-୫୦ ପ୍ରତିଶତ ହ୍ରାସ ପାଇଥାଏ। ତେଣୁ, ଏ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।
ନିୟମିତ ସାବୁନରେ ହାତ ସଫା କଲେ, ବହୁ ସ˚କ୍ରାମକ ରୋଗ ସହଜରେ ହୁଏନାହିଁ। ବିଦ୍ୟାଳୟରେ ଏ ବାବଦରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଉଛି। ୨୦୧୭ରେ ସାରା ବିଶ୍ୱରେ କୋଡ଼ିଏ କୋଟି ଶିଶୁ ଏହି ଦିବସ ପାଳିଥିଲେ। ୨୦୧୪ରେ ମଧ୍ୟ ପ୍ରଦେଶର ଏକାବନଟି ଜିଲ୍ଲାର ୧୨,୭୬,୪୨୫ ସ୍କୁଲ୍ ପିଲା ଏହି ଦିବସ ପାଳନ ଅବସରରେ ସାବୁନରେ ହାତ ଧୋଇ, ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ‘ଗିନିଜ୍ ବୁକ୍’ ଅନୁଯାୟୀ ତାହା ଏକ ରେକର୍ଡ୍।
The post ଆଜି ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ first appeared on Sambad.
from ବିଶେଷ – Sambad https://ift.tt/3nOmtQK
0 Comments