
ତିରୁଭନ୍ନାମଲାଇ: ତିରୁଭନ୍ନାମଲାଇରେ ଜଣେ ବର୍ଷକର ଶିଶୁ ୫ଟଙ୍କିଆ କଏନ ଗିଳିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ଲୋକେ ଝିଅକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଝିଅ କଏନ ଗିଳି ଦେଇଥିବା ଜାଣି ତାକୁ ତୁରନ୍ତ ସରକାରୀ ତିରୁଭନ୍ନାମଲାଇ ମେଡିକାଲ୍ କଲେଜ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ। କିିନ୍ତୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ କଏନ କାଢ଼ିବା ପାଇଁ ଡାକ୍ତର ୪ଘଣ୍ଟା ଅପେକ୍ଷା କରିଥିଲେ।

ଡାକ୍ତରଙ୍କ କହିବା ମୁତାବକ, ଯେତେବେଳେ ଶିଶୁଟିକୁ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳେ ସେ ସଙ୍ଗେ ସଙ୍ଗେ ଖାଇଥିବାରୁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା। ପେଟ ଖାଲି ହେବା ପରେ ଆନେସ୍ଥେସିଆ ଦେବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଙ୍କ କହିବା ମୁତାବକ, ପି ଦନୁଷ୍କା କଏନ ଗିଳିବା ପରେ ତାଙ୍କ ମାତା-ପିତା ତାଙ୍କୁ ଡାକ୍ତରଖାନା ଆଣିଥିଲେ। ଏକ୍ସ-ରେ କରାଯିବା ପରେ କଏନଟି ଗଳାରେ ଅଟକି ରହିଥିବା ଦେଖାଯାଇଥିଲା। ପରେ ଲାରିଙ୍ଗୋସ୍କୋପି ମାଧ୍ୟମରେ ଦନୁଷ୍କାଙ୍କ ଗଳାରୁ କଏନଟି ବାହାର କରାଯାଇଥିଲା। କଏନ ବାହାର କରାଯିବା ପରେ ଏବେ ଦନୁଷ୍କା ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି।
The post ୫ଟଙ୍କିଆ କଏନ ଗିଳିଦେଲା ବର୍ଷକର ଝିଅ, ଏହି କାରଣରୁ ବାହାର କରିବା ପାଇଁ ୪ଘଣ୍ଟା ଅପେକ୍ଷା କଲେ ଡାକ୍ତର first appeared on Sambad.
from ବିଶେଷ – Sambad https://ift.tt/2SSFwuV
0 Comments