ବିଶ୍ୱ ବିଦ୍ୟାର୍ଥୀ ଦିବସ ଆଜି

୨୦୧୦ରୁ ‘ଜାତି ସ˚ଘ’ର ଅନୁମୋଦନକ୍ରମେ, ଭାରତର ପୂର୍ବତନ ରାଷ୍ଟ୍ରପତି ଅବୁଲ ପକିର ଜୈନୁଲାଅବଦୀନ ଅବଦୁଲ କଲାମଙ୍କ ସମ୍ମାନର୍ଥେ ପ୍ରତି ବର୍ଷ ଅକ୍‌ଟୋବର‌ ୧୫ରେ ପାଳନ କରାଯାଉଛି ‘ବିଶ୍ୱ ବିଦ୍ୟାର୍ଥୀ ଦିବସ’। ୧୯୩୧ ଅକ୍‌ଟୋବର‌ ଏହି ଦିନରେ ତାମିଲନାଡୁ ଅନ୍ତର୍ଗତ ରାମେଶ୍ୱରମରେ ସେ ଜନ୍ମ ହୋଇଥିଲେ। ଶିକ୍ଷାଦାନ ଏହି ବିଶ୍ୱ-ବିଖ୍ୟାତ ବିଜ୍ଞାନୀଙ୍କର ପ୍ରିୟ କାର୍ଯ୍ୟ ଥିଲା। ସେ ଚାହୁଁଥିଲେ, ଜଣେ ଶିକ୍ଷକ ଭାବେ ଅନ୍ୟମାନେ ତାଙ୍କୁ ମନେରଖନ୍ତୁ। ସେ ବିଦ୍ୟାର୍ଥୀଙ୍କୁ ଭଲପାଉଥିଲେ ଏବ˚ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ତେଣୁ, ତାଙ୍କ ଜନ୍ମ ଦିନକୁ ‘ବିଶ୍ବ ବିଦ୍ୟାର୍ଥୀ ଦିବସ’ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସେ ଏକାଧିକ ଅଗ୍ରଣୀ ଶିକ୍ଷାନୁଷ୍ଠାନ (ଶିଲ˚, ଅହମଦାବାଦ ଓ ଇନ୍ଦୌରସ୍ଥିତ ଭାରତୀୟ ପ୍ରବନ୍ଧନ ସ˚ସ୍ଥାନ, ବେଙ୍ଗଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସ˚ସ୍ଥାନ, ଅନ୍ନା ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ହାଇଦ୍ରବାଦସ୍ଥିତ ଅନ୍ତରାଷ୍ଟ୍ରୀୟ ସୂଚନା ଔଦ୍ୟୋଗିକୀ ସ˚ସ୍ଥାନ ଆଦି)ରେ ଶିକ୍ଷାଦାନ କରିଥିଲେ।

The post ବିଶ୍ୱ ବିଦ୍ୟାର୍ଥୀ ଦିବସ ଆଜି first appeared on Sambad.



from ବିଶେଷ – Sambad https://ift.tt/2GYobyo

Post a Comment

0 Comments