ନୂଆଦିଲ୍ଲୀ: ମାତ୍ର ୯୭୭ ଟଙ୍କାରେ ଭିସ୍ତାରା ଦେଉଛି ଯାତ୍ରା କରିବାର ସୁଯୋଗ। ଟାଟା ଗ୍ରୁପ୍ର ଏୟାରଲାଇନ୍ସ କମ୍ପାନି ଭିସ୍ତାରା ଆଜି ଉଡ଼ାଣର ସାତ ବର୍ଷ ପୂରଣ କରିଛି। ସାତ ବର୍ଷ ପୂରଣ ଅବସରରେ ଯାତ୍ରୀଙ୍କୁ ଉପହାର ଆକାରରେ ଶସ୍ତା ବିମାନ ଟିକେଟ ପ୍ରଦାନ କରୁଛି ଭିସ୍ତାରା। ହେଲେ ଆଗାମୀ ୪୮ଘଣ୍ଟା ଭିତରେ ଏହି ଅଫରର ଲାଭ ଉଠାଇପାରିବେ ଲୋକେ। ଜାନୁଆରି ୭ତାରିଖ ରାତି ୧୨ଟା ଭିତରେ ଲୋକଙ୍କୁ ଯାତ୍ରା ପାଇଁ ଆଗୁଆ ଟିକେଟ ବୁୁକ୍ କରିବାକୁ ହେବ।
ଏହି ଅଫର ବିଷୟରେ ସୂଚନା ଦେଇ ଭିସ୍ତାରା କହିଛି ଯେ, ଉଡ଼ାଣର ସାତ ବର୍ଷ ପୂରଣ ଅବସରରେ ଆମେ ଆମର ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ବିଶେଷ ବିମାନ ଭଡା ଘୋଷଣା କରି ଖୁସି। ଦେଶ ଭିତରେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଇକୋନୋମି କ୍ଲାସର ଭଡ଼ା ୯୭୭ଟଙ୍କା ରହିଥିବା ବେଳେ ପ୍ରିମିୟମ ଇକୋନୋମି ପାଇଁ ୨,୬୭୭ଟଙ୍କା ଏବଂ ବିଜନେସ୍ କ୍ଲାସ ପାଇଁ ୯,୭୭୭ ଟଙ୍କା ରଖାଯାଇଛି। ବିମାନ ଯାତ୍ରୀମାନେ ଜାନୁଆରି ୨୧ରୁ ସେପ୍ଟେମ୍ବର ୩୦ଭିତରେ ବିମାନରେ ଯାତ୍ରା କରିବା ପାଇଁ ଏହି ଅଫରରେ ବିମାନ ଟିକେଟ୍ ବୁକ୍ କରିପାରିବେ।
ଏନେଇ ଆପଣ ଭିସ୍ତାରା ୱେବସାଇଟ୍ www.airvistara.com କୁ ଯାଇ ଟିକେଟ୍ ବୁକିଂ କରାଯାଇପାରିବେ। ଏହା ବ୍ୟତୀତ ଆପଣ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ସରେ ଟିକେଟ୍ ବୁକ୍ କରିପାରିବେ। ଏହା ସହ ବିମାନବନ୍ଦରରେ ଥିବା ଭିସ୍ତାରା ଟିକେଟ୍ ଅଫିସ୍ ଏବଂ ବିମାନବନ୍ଦରର କଲ୍ ସେଣ୍ଟର, ଅନ୍ଲାଇନ୍ ଟ୍ରାଭେଲ୍ ଏଜେନ୍ସି ଏବଂ ଟ୍ରାଭେଲ୍ ଏଜେଣ୍ଟ ମାଧ୍ୟମରେ ଟିକେଟ୍ ବୁକ୍ କରାଯାଇପାରିବ।
The post ମାତ୍ର ୯୭୭ ଟଙ୍କାରେ ଭିସ୍ତାରା ଦେଉଛି ଯାତ୍ରା କରିବାର ଅଫର, ୪୮ଘଣ୍ଟା ମଧ୍ୟରେ ବୁକ୍ କରିବାକୁ ହେବ ଟିକେଟ first appeared on Sambad.from ବିଶେଷ | Sambad https://ift.tt/3qWaxij
0 Comments