ଦୁଇମାସ ହେଲା ମାଲିକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଥଣ୍ଡା କାକରରେ ବସି ଝୁରି ହେଉଛି ବିଲେଇ

ନୂଆଦିଲ୍ଲୀ: ଗୃହପାଳିତ ପଶୁ/ପକ୍ଷୀମାନେ ମଣିଷର ସର୍ବୋତ୍ତମ ବନ୍ଧୁ ହୋଇଥାଆନ୍ତି। ସୋସିଆଲ ମିଡିଆରେ ଗୃହପାଳିତ ପଶୁ/ପକ୍ଷୀ ଏବଂ ମାଲିକଙ୍କ ସ୍ନେହ ଓ ପ୍ରେମ ସହିତ ଜଡ଼ିତ ଅନେକ ହୃଦୟସ୍ପର୍ଶୀ ଫଟୋ, ଭିଡିଓ ଓ ଘଟଣା ସାମ୍ନାକୁ ଆସିଥାଏ।

ନିକଟରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି। ମାଲିକଙ୍କ ମୃତ୍ୟୁର ଦୁଇ ମାସ ପରେ ମଧ୍ୟ ଏକ ପୋଷା ବିଲେଇ ତାଙ୍କୁ ଝୁରି ହେଉଛି। ଦୁଇମାସ ହେବ ସେମିତି ମାଲିକଙ୍କ କବରରେ ବସିଥିବା ଦେଖିବାକୁ ମିଳୁଛି।

 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୧ ନଭେମ୍ବର ୬ରେ ସର୍ବିଆର ପୂର୍ବତନ ମୁଫତି ଶେଖ ମୁଆମେର ଜୁକୋରଲିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୁଆମେର ଜୁକୋରଲି ସର୍ବିଆର ମୁସଲମାନ ସମ୍ପ୍ରଦାୟର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ଏଥିସହିତ ସେ ଏକ ବିଲେଇ ରଖିଥିଲେ। ସେ ତାଙ୍କ ଏହି ବିଲେଇକୁ ଯେତିକି ଭଲ ପାଉଥିଲେ, ବିଲେଇବି ତାରଠାରୁ ଅଧିକ ମାଲିକଙ୍କୁ ଭଲ ପାଉଥିଲା। ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି।

ଗତ ନଭେମ୍ବର ୬ ତାରିଖରେ ଜୁକୋରଲିଙ୍କ ମୃତ୍ୟୁ ପରେ ବିଲେଇ ତାଙ୍କ କବର ନିକଟରେ ପହଞ୍ଚିଥିଲା । ଆଉ ସେବେଠାରୁ ଭୋକ ଉପବାସରେ ଥଣ୍ଡା କାକରରେ ସେମିତି ମାଲିକଙ୍କ କବର ପାଖରେ ବସି ଝୁରି ହେଉଛି ବିଲେଇ। ଲୋକମାନେ ବିଲେଇର ମାଲିକଙ୍କ ପ୍ରତି ଏଭଳି ଭଲ ପାଇବା ଦେଖି ଭାବପ୍ରବଣ ହୋଇଯାଇଛନ୍ତି।

 

The post ଦୁଇମାସ ହେଲା ମାଲିକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଥଣ୍ଡା କାକରରେ ବସି ଝୁରି ହେଉଛି ବିଲେଇ first appeared on Sambad.

from ବିଶେଷ | Sambad https://ift.tt/3tpj1Bd

Post a Comment

0 Comments