ଦୁର୍ଘଟଣା ପରେ ସୁସ୍ଥ ହୋଇ ‘ବଚ୍ଚପନ କା ପ୍ୟାର’ ଫେମ ସହଦେବ କହିଲେ ଏଭଳି କଥା

ନୂଆଦିଲ୍ଲୀ: ନିକଟରେ ଛତିଶଗଡର ସୁକମା ନିବାସୀ ତଥା ‘ବଚ୍ଚପନ କା ପ୍ୟାର’ ଫେମ ସହଦେବ ଦିରଦୋ ଏକ ଦୁର୍ଘଟଣା ଶିକାର ହୋଇଥିଲେ। ସଡକ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ସହଦେବ ଦିରଦୋ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ସହଦେବ ଦିରଦୋ ପ୍ରଥମ ଥର ପାଇଁ ସମସ୍ତଙ୍କକ ସାମ୍ନାକୁ ଆସିଛନ୍ତି। ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସହଦେବ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସମେତ ତାଙ୍କ ସମର୍ଥକ ଏବଂ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିବା ଲୋକଙ୍କୁ ହାତଯୋଡ଼ି ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସେ ତାଙ୍କ ସୁସ୍ଥତା ବିଷୟରେ ସୂଚନା ଦେଇଛନ୍ତି।

 

 

View this post on Instagram

 

A post shared by Sahdev Dirdo (@viralboy_sahdev)

ତେବେ ସହଦେବ ତାଙ୍କ ବିଦ୍ୟାଳୟରେ ‘ବଚ୍ଚପନ କା ପ୍ୟାର’ ଗୀତ ଗାଇବା ପରେ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ବଲିଉଡର ଗାୟକ ବାଦଶାହ ତାଙ୍କ ସହ ଏକ ଗୀତ ରଚନା କରିଥିଲେ। ତେବେ ସହଦେବ ଦୁର୍ଘଟଣାର ଶିକାର ହେବା ପରେ ଏସପି ଏବଂ ଜିଲ୍ଲାପାଳ ତାଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ଜିଲ୍ଲାପାଳ ଭଲ ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ତାଙ୍କୁ  ଉତ୍ତମ ଚିକିତ୍ସା ପାଇଁ ଜଗଦଲପୁରକୁ ସ୍ଥାନାନ୍ତର କରି ଦିଆଯାଇଥିଲା ।

The post ଦୁର୍ଘଟଣା ପରେ ସୁସ୍ଥ ହୋଇ ‘ବଚ୍ଚପନ କା ପ୍ୟାର’ ଫେମ ସହଦେବ କହିଲେ ଏଭଳି କଥା first appeared on Sambad.

from ବିଶେଷ | Sambad https://ift.tt/33B844B

Post a Comment

0 Comments