ପିଲାଦିନର ପ୍ରେମିକାଙ୍କ ଚିଠି ପାଇ ଏଭଳି କଥା କହିଲେ ଯୁବକ

ନୂଆଦିଲ୍ଲୀ: ‘ପିଲା ଦିନର ଭଲ ପାଇବା’ରେ କିଛି ଭିନ୍ନ ହିଁ ରହିଥାଏ। ଏହାକୁ ଯେତେ ଚେଷ୍ଟା କଲେ ମଧ୍ୟ ଜଣେ ମଣିଷ ଭୁଲି ପାରି ନଥାଏ। ନିକଟରେ ୨୫ବର୍ଷର ଜଣେ ଯୁବକ ୧୨ବର୍ଷ ପୂର୍ବର ନିଜର ଭଲ ପାଇବାକୁ ପୁଣିଥିରେ ଖୋଜୁଥିବା ଖବର ମିଳିଛି।

ଉକ୍ତ ଯୁବକ ଜଣକ ୧୨ବର୍ଷ ପୂର୍ବେ ତାଙ୍କର ପିଲା ଦିନର ପ୍ରେମିକାଙ୍କୁ ଭେଟିଥିଲେ। ଏବେ ତାଙ୍କ ଇଚ୍ଛା ରହିଛି କି ସେ ପୁଣି ନିଜର ଏହି ପିଲା ଦିନର ପ୍ରେମିକାଙ୍କୁ ଭେଟିବେ। ଯେବେଠାରୁ ଉକ୍ତ ଯୁବକଙ୍କୁ ପିଲା ଦିନର ପ୍ରେମିକାଙ୍କ ପୁରୁଣା ପ୍ରେମ ପତ୍ର ମିଳିଛି, ସେବେଠାରୁ ‌ସେ ତାଙ୍କୁ ଭେଟିବାକୁ ପାଗଳପ୍ରାୟ ହୋଇପଡ଼ିଛନ୍ତି। କେବଳ ଏତିକି ନୁହେଁ ସେ ଫେସବୁକରେ ବି ନିଜର ଏହି ପିଲା ଦିନର ପ୍ରେମିକାଙ୍କ ପ୍ରେମ ଚିଠିକୁ ପୋଷ୍ଟ ବି କରିଛନ୍ତି।

ଏହି ଯୁବକଙ୍କ ପରିଚୟ ଜାର୍ଡାନ୍ ସ୍କଟ୍ ବୋଲି ଜଣାପଡ଼ିଛି। ସେ ୧୨ ବର୍ଷ ପୂର୍ବେ ଶେଷ ଥର ପାଇଁ ଫ୍ରାନ୍ସରେ ଛୁଟି କଟାଉ ଥିବା ସମୟରେ ନିଜ ପିଲାଦିନର ‌ପ୍ରେମିକାଙ୍କୁ ଭେଟିଥିଲେ। ସେତେବେଳେ ତାଙ୍କ ବୟସ ୧୪ବର୍ଷ ଥିଲା। ଏବେ ସେ ପୁଣି ଥରେ ତାଙ୍କ ପିଲାଦିନ ପ୍ରେମିକା କେଟିଙ୍କୁ ଭେଟିବାକୁ ଚାହୁଁଛନ୍ତି । କିନ୍ତୁ ସମସ୍ୟା ହେଉଛି ସେ ଜାଣନ୍ତି ନାହାଁନ୍ତି ଯେ ତାଙ୍କ ପ୍ରେମିକା ବର୍ତ୍ତମାନ କେଉଁଠାରେ ଅଛନ୍ତି। ନିକଟରେ ଜାର୍ଡାନ୍ ତାଙ୍କ ପିଲାଦିନର ପ୍ରେମିକାଙ୍କ ଅନେକ ପ୍ରେମ ପତ୍ର ପାଇଛନ୍ତି।

ଜାର୍ଡାନ କେଟିଙ୍କ ସମସ୍ତ ପ୍ରେମ ଚିଠିକୁ ଫେସବୁକରେ ପୋଷ୍ଟ କରିଛନ୍ତି। ଏବଂ ସେଥିରେ ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ଏହି ଚିଠି ପଢ଼ୁଛି ମୋର ହୃଦୟ ଭାଙ୍ଗିଯାଉଛି। ଏମିତି ଲାଗୁଛି କି ଯେମିତି ମୁଁ କେହି ଜ‌ଣେ ନିଜରକୁ ହଜାଇ ଦେଇଛି। କିଛି ଦିନ ଆମେ ଦୁହେଁ ଏକାଠି ରହିଥିଲୁ। କିନ୍ତୁ ଦୂର ସମ୍ପର୍କ ହେତୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲୁ।

The post ପିଲାଦିନର ପ୍ରେମିକାଙ୍କ ଚିଠି ପାଇ ଏଭଳି କଥା କହିଲେ ଯୁବକ first appeared on Sambad.

from ବିଶେଷ | Sambad https://ift.tt/3rnkllN

Post a Comment

0 Comments