ରାସ୍ତାରେ ବାସହୀନ ଓ ଦୁଃଖୀ ବ୍ୟକ୍ତିଙ୍କୁ ଦେଖି କୁକୁରଟି କିପରି ଆଲିଙ୍ଗନ କରୁଛି ଦେଖନ୍ତୁ

ନୂଆଦିଲ୍ଲୀ: ଏହି ଦୁନିଆରେ ଅନେକ ଲୋକଙ୍କର ଘର ନାହିଁ । ଏହା ବ୍ୟତୀତ ଦୁନିଆରେ ଏପରି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ବି ବହୁତ ଦୁଃଖ‌ରେ ଅଛନ୍ତି। କିନ୍ତୁ ଏହି ଦୁଃଖ ସେତେବେଳେ କମ୍ ହୋଇଯାଇଥାଏ, ଯେତେବେଳେ କେହି ଜଣେ ଦୁଃଖ ବାଣ୍ଟିବାକୁ ମିଳିଯାଇଥାଏ। ସେ ମଣିଷ ହେଉ ଅବା ପଶୁ।
ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ଭାବପ୍ରବଣ ହୋଇଯିବେ। ଏହି ଭିଡିଓରେ, ଗୋଟିଏ କୁକୁର ଜଣେ ବେସାହାରା ଓ ଦୁଃଖୀ ବ୍ୟକ୍ତିଙ୍କୁ ଆଲିଙ୍ଗନ କରୁଥିବା କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖିବା ପରେ କୁକୁରଟି ଅନେକ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।

ଏହି ଭିଡିଓ ମାଧ୍ୟମରେ, କୁକୁର ମଣିଷର ସର୍ବୋତ୍ତମ ବନ୍ଧୁ ବୋଲି ଥିବା ଏକ କଥାକୁ ସତ ପ୍ରମାଣ କରି ଦେଇଛି। ଭିଡିଓଟି ଟ୍ୱିଟରରେ @buitengebieden_ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି |
ଭିଡିଓରେ ଏହା ଦେଖିବାକୁ ମିଳୁଛି କି,  ଏକ କୁକୁର ରାସ୍ତାରେ ଯାଉଯାଉ ଜଣେ ବେସାହାରା ବ୍ୟକ୍ତିଙ୍କ ନିକଟରେ ଅଟକି ଯାଉଛି। କିଛି ସମୟ ତାଙ୍କୁ ଦେଖିବା ପରେ ଯେମିତି କୁକୁରଟି ବ୍ୟକ୍ତିଙ୍କ ସମସ୍ୟା ଓ ଦୁଃଖକୁ ବୁଝିଲା ଭଳି ତାଙ୍କ ପାଖକୁ ଯାଇ ଆଲିଙ୍ଗନ କରି ନେଉଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜ‌ଣେ ଏହି ହୃଦୟସ୍ପର୍ଶୀ ଦୃଶ୍ୟକୁ କ୍ୟାମେରାରେ ‌କୈଦ କରି ନେଇଥିଲେ। ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା।
The post ରାସ୍ତାରେ ବାସହୀନ ଓ ଦୁଃଖୀ ବ୍ୟକ୍ତିଙ୍କୁ ଦେଖି କୁକୁରଟି କିପରି ଆଲିଙ୍ଗନ କରୁଛି ଦେଖନ୍ତୁ first appeared on Sambad.

from ବିଶେଷ | Sambad https://ift.tt/3eKKTat

Post a Comment

0 Comments