ଟ୍ରେନରେ କବାଟ ପାଖରେ ଥିବା ଝରକା ଅନ୍ୟଠାରୁ ଅଲଗା କାହିଁକି? ଏହା ପଛରେ ରହିଛି ମଜାଦାର କାରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଏସିଆର ଦ୍ୱିତୀୟ ବୃହତ୍ତମ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ପ୍ରତିଦିନ ପ୍ରାୟ ୧୦କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି। ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରିଥିବେ, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଟ୍ରେନ୍ କୋଚରେ କବାଟ ପାଖରେ ଥିବା ଝରକା ଅନ୍ ଝରକାଠାରୁ ଭିନ୍ନ ହୋଇଥାଏ। ଟ୍ରେନର ଏସି କୋଚ୍ ବ୍ୟତୀତ, ସମସ୍ତ ସ୍ଲିପର ଏବଂ ଜେନେରାଲ କୋଚର କବାଟ ପାଖରେ ଥିବା ଝରକା ଅନ୍ୟ ଝରକାଠାରୁ ଭିନ୍ନ ହୋଇଥାଏ। ଏଭଳି କାହିଁକି ହେଇଥାଏ ଆପଣ ଜାଣନ୍ତି କି?

Indian Railway: ट्रेन में दरवाजे के पास लगी खिड़की क्यों होती है सबसे अलग? बेहद रोचक है वजह
zeenews
କବାଟ ପାଖରେ ଥିବା ଝରକା ଭିତରେ ହାତ ଭର୍ତ୍ତି କରି ଚୋର ସହଜରେ ଚୋରି କରିପାରୁଥିବାରୁ ଝରକାରେ ଅନ୍ୟ ଝରକା ଅପେକ୍ଷା ଅଧିକ ରେଲିଂ ଲାଗିଥାଏ। 
ରେଳ ଅଧିକାରୀଙ୍କ ଅନୁଯାୟୀ, ପୂର୍ବରୁ ଟ୍ରେନରେ ଲାଗିଥିବା ଝରକା ସମାନ ଥିଲା। ସବୁ ଝରକାରେ ସମାନ ରେଲିଂ ଲଗାଯାଉଥିଲା। ଏହାର ଲାଭ ଉଠାଇ ଚୋରମାନେ କବାଟ ପାଖରେ ଠିଆ ହେବା ସହ ଟ୍ରେନ୍ ଚାଲିବା ମାତ୍ରେ ଝରକାରେ ହାତ ଭର୍ତ୍ତି କରି ଯାତ୍ରୀଙ୍କ ଜିନିଷ ଚୋରି କରିଦେଉଥିଲେ।  ଏନେଇ ବାରମ୍ବାର ଅଭିଯୋଗ ହେବାପ‌ରେ ରେଳବାଇ ପକ୍ଷରୁ ଟ୍ରେନର କବାଟ ପାଖରେ ଲାଗିଥିବା ଝରକାକୁ ଅନ୍ୟଠାରୁ ଭିନ୍ନ କରିବାକୁ ପଡ଼ିଲା। ସେଥିପାଇଁ ଅନ୍ୟ ଝରକା ଅପେକ୍ଷା ଟ୍ରେନର କବାଟ ପାଖରେ ଲାଗିଥିବା ଝରକାର ରେଲିଂ ଅଧିକ ରହିଥାଏ। ଏହା ଦ୍ବାରା ଚୋରମାନେ ସହଜରେ ଚୋରି କରିପାରନ୍ତି ନାହିଁ।
The post ଟ୍ରେନରେ କବାଟ ପାଖରେ ଥିବା ଝରକା ଅନ୍ୟଠାରୁ ଅଲଗା କାହିଁକି? ଏହା ପଛରେ ରହିଛି ମଜାଦାର କାରଣ first appeared on Sambad.

from ବିଶେଷ | Sambad https://ift.tt/3IcKlXz

Post a Comment

0 Comments