
ନୂଆଦିଲ୍ଲୀ: ବ୍ୟାଙ୍କକୁ ଭାରୀ ପଢ଼ୁଛି ୧୩୦୦କୋଟିର ଭୁଲ। ଭୁଲବଶତଃ ଅନ୍ୟର ଆକାଉଣ୍ଟକୁ ଟଙ୍କା ପଠାଇ ଏବେ ଦେବାଳିଆ ହୋଇପଡ଼ିଛି ବ୍ୟାଙ୍କ। ପ୍ରାୟ ୭୫ଜଣଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଭୁଲରେ ଟଙ୍କା ପଠାଇଦେଇଥିବା ବେଳେ ଏବେ ଲୋକମାନେ ଟଙ୍କା ଫେରସ୍ତ କରିବାକୁ ରାଜି ହେଉନାହାନ୍ତି। ୨ କି ୩ଲକ୍ଷ ନୁହେଁ ୧୩୦୦କୋଟି ଟଙ୍କା ୭୫ଜଣଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ଏବେ ଫେରିପାଇବା ଆଶାରେ ବ୍ୟାଙ୍କ।
ସୂଚନା ମୁତାବକ, ଘଟଣାଟି ଘଟିଛି ବ୍ରିଟେନରେ। ବ୍ରିଟେନର ସାଣ୍ଟାଣ୍ଡର ବ୍ୟାଙ୍କ ଦ୍ବାରା ଏଭଳି ଭୁଲ ହୋଇଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ ଅଧିକାରୀମାନେ ଏହି ଟଙ୍କା ଫେରିପାଇବା ପାଇଁ ନାକେଦମ ହେଲେଣି। ସବୁଠାରୁ ବଡ଼ କଥା ହେଲା ସାଣ୍ଟାଣ୍ଡର ବ୍ୟାଙ୍କ ନିଜ ଗ୍ରାହକଙ୍କ ପରିବର୍ତ୍ତେ ନିଜର ପ୍ରତିଦ୍ବନ୍ଦ୍ବୀ ବ୍ୟାଙ୍କର ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦେଇଥିଲା। ଏହି ବ୍ୟାଙ୍କଗୁଡିକରେ ବାରକଲେସ୍, ଏଚଏସବିସି, ନାଟୱେଷ୍ଟ, ସମବାୟ ବ୍ୟାଙ୍କ ଏବଂ ଭର୍ଜିନ୍ ମନି ଭଳି ବଡ ନାମ ଅନ୍ତର୍ଭୁକ୍ତ। ସାଣ୍ଟାଣ୍ଡର ବ୍ୟାଙ୍କର ପାଖାପାଖି ୧.୪୦ କୋଟି ଗ୍ରାହକ ଅଛନ୍ତି ଏବଂ ଏହାର ୬୧୬ଟି ଶାଖା ଅଛି।
ଏହି ଭୁଲ ପରେ, ବ୍ୟାଙ୍କ ଅଧିକାରୀମାନେ ଟଙ୍କା ଫେରସ୍ତ ପାଇଁ କ୍ରମାଗତ ଭାବରେ ଏହି ଗ୍ରାହକଙ୍କ ସହ ଯୋଗାଯୋଗ କରୁଛନ୍ତି। କିନ୍ତୁ ଏହି ଗ୍ରାହକମାନେ ଟଙ୍କା ଫେରସ୍ତ ପାଇଁ ପ୍ରସ୍ତୁତ ନୁହଁନ୍ତି। ଏହି କାରଣରୁ ବ୍ୟାଙ୍କ ଅଧିକାରୀମାନେ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କ ହାତରେ କେବଳ ଆଇନଗତ ବିକଳ୍ପ ରହିଛି।
The post ବ୍ୟାଙ୍କକୁ ଭାରୀ ପଢ଼ୁଛି ୧୩୦୦କୋଟିର ଭୁଲ ! first appeared on Sambad.from ବିଶେଷ | Sambad https://ift.tt/3eE7yFh
0 Comments