୯ଦିନ ହେବ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଚାପି ହୋଇ ରହିଥିଲା, ମାଲିକଙ୍କ ଡାକ ଶୁଣି ଜୀବିତ ବାହାରି ଆସିଲା ବିଲେଇ

ନୂଆଦିଲ୍ଲୀ: କଥାରେ ଅଛି ‘ରଖେ ହରି ମାରେ କିଏ’। ଆମେରିକାରେ ଏକ ବିଲେଇ ସହିତ ଏମିତି ଏକ ଘଟଣା ଘଟିଥିଲା । ଘୂର୍ଣ୍ଣିବଳୟ ଯୋଗୁଁ ଏକ ପୂରା କୋଠା ଭୁଶୁଡି ପଡିଥିଲା। ଯେଉଁଥିରେ ଏକ ବିଲେଇ ୯ଦିନ ଧରି ଫସି ରହିଥିଲା। ତେବେ ମାଲିକ ଭାବିଥିଲେ ବିଲେଇଟି ବୋଧ ହୁଏ ଘର ଭୁଶୁଡ଼ି ପଡ଼ିବା ହେତୁ ମରି ଯାଇଛି। କିନ୍ତୁ ନା ବିଲେଇଟି ୯ଟି ଦିନ ପରେ ଭୁଶୁଡି ପଡ଼ିଥିବା କୋଠା ତଳୁ ସୁରକ୍ଷିତ ଭାବେ ବାହାରିଥିଲା।

ଗତ ସପ୍ତାହରେ କେଣ୍ଟୁକି ଜଣେ ବ୍ୟବସାୟଙ୍କ ଘର ଘୂର୍ଣ୍ଣିବଳୟ ଯୋଗୁଁ ଭୁଶୁଡି ପଡିଥିଲା। ଏହି ଘର ତଳେ ତାଙ୍କର ଏକ ପୋଷା ବିଲେଇ ଦବି ଯାଇଥିଲା। ସନ୍ନି ଗିବସନ୍ ଏହା ଆଶା ଛାଡି ଦେଇଥିଲେ କି ତାଙ୍କ ପୋଷା ବିଳେଇ ମେଡିକ୍ସ ଆଉ ବଞ୍ଚି ଥିବ ବୋଲି।

ଗିବସନ୍ କୁହନ୍ତି, ମୁଁ ମନେମନେ ମୋର ବିଲେଇକୁ ହରାଇ ଥିବାରୁ ବହୁତ ଦୁଃଖୀ ଥିଲି। ମନେମନେ ଭଗବାନଙ୍କୁ ଡାକୁଥିଲି କି ସେ ବଞ୍ଚିଥାଉ। କିଛି ସମୟ ପରେ ମୁଁ ତାର ନା ମେଡିକ୍ସ ମେହିକ୍ସ ବୋଲି ଡାକିଥିଲି। ଡାକିବାର କିଛି ସମୟରେ ପରେ ଭୁଶୁଡ଼ି ପଡ଼ିଥିବା ଘର ଭିତରୁ ତାର ମିଆଉଁ ମିଆଉଁ ଡାକ ଶୁଣି ମୋର ଲୋମମୂଳ ଟାଙ୍କୁରି ଉଠିଥିଲା। ସଙ୍ଗେ ସଙ୍ଗେ ବିଲେଇକୁ ଉକ୍ତ ସ୍ଥାନରୁ ଉଦ୍ଧାର କରି ତା’ ପାଇଁ ଖାଦ୍ୟ ମଗାଇଥିଲି।

ସେ ବହୁତ ଭୋକିଲା ଓ ଶୋଷିଲା ଥିଲା। ଚିକିତ୍ସା ପରେ ମେଡିକ୍ସ ସୁସ୍ଥ ଅଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ତାକୁ କୌଣସି ଆଘାତ ଲାଗି ନାହିଁ । ରିପୋର୍ଟ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟରେ ଅନ୍ୟ ରାଜ୍ୟ ତଥା କେଣ୍ଟୁକି ସମେତ ପ୍ରାୟ ୯୦ ଜଣଙ୍କର ମୃତ୍ୟୁ ହୋଇଛି।

 

The post ୯ଦିନ ହେବ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଚାପି ହୋଇ ରହିଥିଲା, ମାଲିକଙ୍କ ଡାକ ଶୁଣି ଜୀବିତ ବାହାରି ଆସିଲା ବିଲେଇ first appeared on Sambad.

from ବିଶେଷ | Sambad https://ift.tt/3EtHCa2

Post a Comment

0 Comments