ଆପଣଙ୍କ ବାହାଘରକୁ ଆସିଲେ ବଲିଉଡ ଷ୍ଟାର ନେବେ ଏତିକି ଟଙ୍କା ! ଜାଣନ୍ତୁ ସଲମାନ ଓ କ୍ୟାଟ୍ରିନାଙ୍କ ରେଟ କାର୍ଡ

ଆପଣଙ୍କ ବାହାଘର ପାଇଁ ବଲିଉଡ ଷ୍ଟାରଙ୍କୁ ଡାକିବାକୁ ଇଚ୍ଛା ଅଛି କି? ଯଦି ହଁ, ତେବେ ଆପଣ ଏବାବଦରେ ଲକ୍ଷାଧିକ ଟଙ୍କା ପ୍ରସ୍ତୁତ କରି ରଖନ୍ତୁ | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଲେ କି? ନିକଟରେ ଅଭିନେତା ସଲମାନ ଖାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ସେଠାରେ ସଲମାନ ନାଚୁଥିବାର ଭିଡିଓ ଭାଇରାଲ ହୋଇଥିଲା | ଏହି ଭିଡିଓକୁ ଦେଖି ଅନେକ ପ୍ରଶ୍ନ କରିଥିଲେ ଯେ, ସଲମାନ କୌଣସି ସମ୍ପର୍କୀୟ ନ ହୋଇ ବି ବିବାହରେ କାହିଁକି ନାଚୁଛନ୍ତି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ବଲିଉଡ ତାରକା ବିବାହ ଏବଂ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟଙ୍କା ନେଇଥାନ୍ତି |

ଆଜି ଆମେ ଆପଣଙ୍କୁ କିଛି ବଲିଉଡ ଷ୍ଟାରଙ୍କ ୱେଡିଙ୍ଗ ଫି ବାବଦରେ କହିବୁ | ଯଦି ଆପଣ ବି ଏହି ଷ୍ଟାରମାନଙ୍କୁ ଡାକିବାକୁ ଚାଁହୁଛନ୍ତି ତେବେ ଏତିକି ଟଙ୍କା ପ୍ରସ୍ତୁତ କରି ରଖନ୍ତୁ | ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୌଣସି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୩.୫ କୋଟି ଟଙ୍କା ଚାର୍ଜ କରନ୍ତି | ବଲିଉଡ ଜଗତରେ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କ୍ୟାଟ୍ରିନା ସର୍ବାଧିକ ଫି ଆଦାୟ କରନ୍ତି | କିଙ୍ଗ ଖାନ ଶାହାରୁଖ ଅନେକ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ଯୋଗଦେଇଥିବାର ଆପଣ ଦେଖିଥିବେ | ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୩ କୋଟି ଟଙ୍କା ନେଇଥାନ୍ତି |

ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ଅଭିନେତା ହୋଇଥିଲେ ବି ଅକ୍ଷୟ କୁମାର କୌଣସି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ନେଇଥାନ୍ତି | ବଲିଉଡର ଡ୍ୟାନ୍ସ କିଙ୍ଗ ଭାବରେ ଜଣାଶୁଣା ଅଭିନେତା ହ୍ରିତିକ ରୋଶନ ଯେକୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି | ସେହିପରି ସଲମାନ (୨ କୋଟି ଟଙ୍କା), ରଣବୀର ସିଂ(୧ କୋଟି ଟଙ୍କା), ଦୀପିକା(୧ କୋଟି ଟଙ୍କା), ଅନୁଷ୍କା(୮୦ ଲକ୍ଷ ଟଙ୍କା) ଚାର୍ଜ କରିଥାନ୍ତି |

The post ଆପଣଙ୍କ ବାହାଘରକୁ ଆସିଲେ ବଲିଉଡ ଷ୍ଟାର ନେବେ ଏତିକି ଟଙ୍କା ! ଜାଣନ୍ତୁ ସଲମାନ ଓ କ୍ୟାଟ୍ରିନାଙ୍କ ରେଟ କାର୍ଡ first appeared on Sambad.

from ବିଶେଷ | Sambad https://ift.tt/3zdvGs9

Post a Comment

0 Comments