
ନୂଆଦିଲ୍ଲୀ: ଚର୍ଚ୍ଚାରେ ୩୦ଲକ୍ଷର ସ୍ବେଟର। ସମସ୍ତେ ଦାମୀ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକ ନିଜ ପସନ୍ଦର ପୋଷାକ କିଣିବା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି। ଶୀତ ଦିନରେ ଲୋକମାନେ ମହଙ୍ଗା ଜ୍ୟାକେଟ୍ ଏବଂ ସ୍ବେଟର କିଣି ପିନ୍ଧନ୍ତି। ଏଭଳି ସମୟରେ ଏବେ ଏକ ସ୍ବେଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ସ୍ବେଟରର ଦାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୩୦ଲକ୍ଷ ଟଙ୍କାର ଏହି ସ୍ବେଟରରେ ଏଭଳି କ’ଣ ରହିଛି, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।
ତେବେ ୩୦ଲକ୍ଷ ଟଙ୍କାର ଏହି ସ୍ବେଟରରେ ହୀରା ଲାଗିଥିବା ଜଣାପଡ଼ିଛି। ଏହି ସ୍ବେଟର ତିଆରି କରିବାକୁ ୩୦୦୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ବେଟର ତିଆରି କରିଥିବା ଏଡେନ ଲିବାନ୍ ଏହି ସ୍ବେଟର ତିଆରି କରିବାରେ ନିଜର ଜୀବନର ସବୁ ପୁଞ୍ଜି ଲଗାଇଛନ୍ତି। ଏହାକୁ ତିଆରି କରିବା ପାଇଁ ଏଡେନ ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସ୍ବେଟରରେ ଥିବା ହରିଣକୁ ହୀରା ଖୋଦିତ ରୂପା ତାରକା ସହିତ ସଜାଯାଇଛି। ଏହି କାରଣରୁ ଏହାର ମୂଲ୍ୟ ୩୦ଲକ୍ଷ ଟଙ୍କାରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ବେଟରରୁ ପ୍ରାପ୍ତ ଅର୍ଥ ଜାତୀୟ ସ୍ୱାସ୍ଥ୍ୟ ସେବାକୁ ଦାନ କରାଯିବ।
ସ୍ବେଟରକୁ ୨୪କ୍ୟାରେଟ୍ ସୁନାର ସୂତାରେ ବୁଣା ଯାଇଛି। ଯଦି ଏହି ସ୍ବେଟର ବିକ୍ରି ହୁଏ, ତେବେ ଏହା ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ସ୍ବେଟର ହେବ। ବର୍ତ୍ତମାନ, ଏହା ବିକ୍ରି ଅପେକ୍ଷାରେ ରହିଛି। ଏହା ପୂର୍ବରୁ ସବୁଠାରୁ ମହଙ୍ଗା ସ୍ବେଟର ଟିପ୍ସୀ ଏଲଭସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହାକୁ ୨୫ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।
The post ଚର୍ଚ୍ଚାରେ ୩୦ଲକ୍ଷର ସ୍ବେଟର, ରହିଛି ଏସବୁ ବିଶେଷତ୍ବ first appeared on Sambad.from ବିଶେଷ | Sambad https://ift.tt/3y8iST4
0 Comments