
ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀଙ୍କ ଅର୍ଥାତ୍ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ବାୟୁସେନାର ସବୁଠୁ ସୁରକ୍ଷିତ ହେଲିକପ୍ଟର ହୋଇ ମଧ୍ୟ, ତାହା ଦୁର୍ଘଟଣାଗ୍ରସ୍ତ କିଭଳି ହେଲା ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଏହା ଦୁର୍ଘଟଣା ଥିଲା ନାଁ କାହାର ଷଡଯନ୍ତ୍ର, ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆନ୍ତର୍ଜାତୀୟ ସୁରକ୍ଷା ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପ୍ରସଙ୍ଗରେ ଭୂ-ରଣନୀତିଜ୍ଞ ତଥା ଲେଖକ ବ୍ରହ୍ମା ଚେଲାନୀଙ୍କ ଏକ ଟୁଇଟ୍ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବ୍ରହ୍ମା ଚେଲାନୀଙ୍କ ଏଭଳି ଟ୍ବିଟକୁ ନେଇ ଚୀନର ମିଡିଆ ଗ୍ଲୋବାଲ ଟାଇମ୍ସ ତୀବ୍ର ପ୍ରତିକ୍ରିୟା ରଖିଛି।
ବ୍ରହ୍ମା ଚେଲାନୀ ଟୁଇଟ୍ ମାଧ୍ୟମରେ ବିପିନ ରାୱତ ଏବଂ ତାଇୱାନର ସିଡିଏସଙ୍କ ବିମାନ ଦୁର୍ଘଟଣା ମଧ୍ୟରେ ଥିବା ଭୟାନକ ସମାନତା ଉପରେ ଆଲୋକପାତ କରିଛନ୍ତି। ଚେଲାନିଙ୍କ ଟ୍ୱିଟରେ ଚୀନ୍ର ଉଲ୍ଲେଖକୁ ନେଇ ଗ୍ଲୋବାଲ ଟାଇମ୍ସ ଅସନ୍ତୋଷ ବ୍ୟକ୍ତ କରିଛି ଏବଂ କହିଛି ଯେ ତାଙ୍କ ଟ୍ବିଟ ଅନୁଯାୟୀ କେବଳ ଚୀନ ନୁହେଁ ଆମେରିକା ମଧ୍ୟ ସନ୍ଦେହ ଘେରକୁ ଆସୁଛି।
ଗତକାଲି ଦୁର୍ଘଟଣା ପରେ ଏକାଧିକ ଟ୍ବିଟ କରି ବ୍ରହ୍ମା ଚେଲାନୀ ଲେଖିଥିଲେ ଯେ, ଚୀନ୍ ସହିତ ସୀମା ତିକ୍ତତା ଗତ ୨୦ମାସ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସମୟରେ ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରତିରକ୍ଷା କର୍ମଚାରୀ ଜେନେରାଲ୍ ରାୱତଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ। ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ଜେନେରାଲ ରାୱତଙ୍କ ମୃତ୍ୟୁ ଏବଂ ତାଇୱାନର ସିଡିଏସଙ୍କ ମୃତ୍ୟୁ ମଧ୍ୟରେ ଭୟାନକ ସମାନତା ରହିଛି। ଏହି ଦୁଇଟି ହେଲିକପ୍ଟର ଦୁର୍ଘଟଣାରେ ଉଭୟ ଦେଶର ସେହି ବିଶେଷ ବ୍ୟକ୍ତିତ୍ୱଙ୍କର ମୃତ୍ୟୁ ଘଟିଛି, ଯେଉଁମାନେ ଚୀନ୍କୁ ଜବାବ ଦେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଭଳି ଅଜବ ସମାନତାର ଅର୍ଥ ନୁହେଁ ଯେ ଉଭୟ ହେଲିକପ୍ଟର ଦୁର୍ଘଟଣାରେ କୌଣସି ସଂଯୋଗ କିମ୍ବା କୌଣସି ବାହ୍ୟ ଶକ୍ତିର ହାତ ଅଛି। ପ୍ରତ୍ୟେକ ଦୁର୍ଘଟଣା ଦେଶର ସାମରିକ ହେଲିକପ୍ଟରର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇଥାଏ।
ଚେଲାନୀଙ୍କ ଟ୍ୱିଟକୁ ରିଟ୍ୱିଟ କରି ଗ୍ଲୋବାଲ ଟାଇମ୍ସ ଏକ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଜବାବ ଦେଇ ଲେଖିଛି ଯେ, ଦେଖିବାକୁ ଗଲେ ଏହି ହେଲିକପ୍ଟର ଦୁର୍ଘଟଣା ପଛରେ ଆମେରିକାର ହାତ ମଧ୍ୟ ଥାଇପାରେ। କାରଣ ଏସ-୪୦୦ କ୍ଷେପଣାସ୍ତ୍ର ପାଇଁ ଭାରତ ଏବଂ ଋଷ ହାତ ମିଳାଇଥିବା ବେଳେ ଏହାକୁ ଆମେରିକା ବିରୋଧ କରୁଛି।
ଏହାର ଜବାବରେ ଚେଲାନୀଙ୍କ ଟ୍ବିଟ କରିଛନ୍ତି ଯେ, ଚୀନ୍ର ରାଜ୍ୟ ଗଣମାଧ୍ୟମ ମୁଖପାତ୍ର ମୋ ଟ୍ୱିଟକୁ ନେଇ ଭୁଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଯେ ସିଡିଏସ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ଆମେରିକାର ହାତ ରହିଛି। ଏଭଳି ଟୁଇଟ୍ ଚୀନ୍ ପ୍ରଶାସନର ଦୁର୍ନୀତିଗ୍ରସ୍ତ ମାନସିକତାକୁ ପ୍ରତିଫଳିତ କରୁଛି।
The post ହେଲିକପ୍ଟର ଦୁର୍ଘଟଣା ପଛରେ ରହିଛି ଚୀନର ହାତ! first appeared on Sambad.from ବିଶେଷ | Sambad https://ift.tt/3DCSTV1
0 Comments