ନୂଆଦିଲ୍ଲୀ: ଦୁବାଇର ରାଜା ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ ପତ୍ନୀ ତଥା ଦୁବାଇର ରାଣୀ ହୟା ବିନ୍ତ ଅଲ ହୁସେନଙ୍କୁ ୫୫୦୦ କୋଟି ଟଙ୍କା ଦେଇ ଛାଡପତ୍ର ନେଇଛନ୍ତି । ଏହା ବ୍ରିଟେନ୍ ଇତିହାସରେ ସବୁଠୁ ଦାମୀ ତଲାକ୍ ବା ଛାଡପତ୍ର ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ତାଙ୍କର ଦୁଇ ସନ୍ତାନ ୧୪ ବର୍ଷିୟ ଅଲ ଜଲିଲା ଓ ୯ ବର୍ଷର ଜାୟଦଙ୍କ ଭରଣ ପୋଷଣ ପାଇଁ ୨୯୦୦ କୋଟି ଦେଇଛନ୍ତି ଦୁବାଇର ରାଜା।
ଜୋର୍ଡାନର ପୂର୍ବତନ ରାଜା ହୁସେନଙ୍କ ଝିଅ ହେଉଛନ୍ତି ରାଣୀ ହୟା । ହାଇକୋର୍ଟ ବିଚାରପତି ଫିଲିମ୍ ମୁର କହିଛନ୍ତି ଯେ, ହୟାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ଦୁବାଇର ରାଜା ଶେଖ୍ ମହମ୍ମଦ। ୧୬ବର୍ଷ ଏଭଳି ଅତ୍ୟାଚାର ସହିବା ପରେ ଶେଷରେ ସେ ଦୁବାଇର ରାଜା ଶେଖ୍ ମହମ୍ମଦଙ୍କଠାରୁ ଅଲଗା ହୋଇଛନ୍ତି। ଛାଡ଼ପତ୍ର ପରେ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟଙ୍କୁ ନେହୁରା ହୋଇଛନ୍ତି ହୟା ।
ଏହି ମାମଲା ଲଢୁଥିବା ଓକିଲଙ୍କ କହିବା ମୁତାବକ, ରାଜା ଏକାଥରକେ ୨୫୦୦ କୋଟି ଟଙ୍କା ପ୍ରଦାନ କରିବେ । ଏହାସହ ତାଙ୍କ ପିଲାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା କରିବା ସହ ଅଧିକ ୨୯୦୦ କୋଟି ଦେବେ । ଏହି ରାଶି ବ୍ୟାଙ୍କରେ ଜମା ରହିବ । ରାଣୀ ଛାଡପତ୍ର ପାଇଁ ପ୍ରାୟ ୧୪ ହଜାର କୋଟି ଟଙ୍କା ଦାବି କରିଥିଲେ । ହେଲେ କୋର୍ଟ ଏହାର ବିଚାର କରି ଏହାକୁ ୫୫୦୦ କୋଟିରେ ଧାର୍ଯ୍ୟ କରିଛନ୍ତି ।
from ବିଶେଷ | Sambad https://ift.tt/3H7VjwS
0 Comments