ନୂଆଦିଲ୍ଲୀ: ଏହି ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କିଛି ଲୋକ ଫ୍ୟାସନ୍ ନାମରେ ଏପରି କାମ କରିଥାଆନ୍ତି, ଯାହା ଦେଖିବାକୁ ଅଦ୍ଭୁତ ଲାଗିଥାଏ। କିଏ ଫ୍ୟାସନ ନିଶାରେ ପୂରା ଶରୀରରେ ଟାଟୁ ଆଙ୍କିଲାଣି ତ କିଏ ନିଜର ନାକ, କାନ କାଟି ପକାଇଲାଣି। ଏହାରି ଭିତରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଭାଇରାଲ ଭିଡିଓରେ ଯୁବତୀ ଏକ ସପିଂ ମଲକୁ ଯାଉଥିବାର ନଜର ଆସିଛନ୍ତି। ତେବେ ଉକ୍ତ ଯୁବତୀ ମୁଣ୍ଡରେ ଏକ ଖୋପା କରିଛନ୍ତି। ଏହି ଖୋପାକୁ ସେ ରବର କି ଫୁଲରେ ସଜାଇ ନାହାନ୍ତି ବରଂ ଏକ ସାପ ଗୁଡ଼ାଇ ରଖିଛନ୍ତି।
View this post on Instagram
ଯୁବତୀଙ୍କ କେଶରେ ସାପ ଦେଖି ତାଙ୍କ ପାଖଆଖରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଯୁବତୀ ଜଣକ ଅତି ସ୍ବାଭାବିକ ଭାବେ ସପିଂ ମଲରେ ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସାପଟି ମଧ୍ୟ ଯୁବତୀଙ୍କ କେଶରେ ସେଭଳି ସ୍ଥିର ଭାବେ ଗୁଡ଼ାଇ ହୋଇ ରହିଥିଲା।
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସ୍ନେକ ୱାର୍ଲଡ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓ ସହିତ ଥିବା କ୍ୟାପସନରେ ଲେଖା ହୋଇଛି, ‘ତୁମେ କ’ଣ ଭାବୁଛ?’
ଭିଡିଓ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
The post କେଶରେ ସାପକୁ ଗୁଡ଼ାଇ ସପିଂ ମଲରେ ପହଞ୍ଚିଲେ ଯୁବତୀ, ଦୃଶ୍ୟ ଦେଖି ଏଣେତେଣେ ଦୌଡ଼ି ପଳାଇଲେ ଲୋକେ first appeared on Sambad.from ବିଶେଷ | Sambad https://ift.tt/3Ejd4b4
SNAKE WORLD
0 Comments