ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ ହେବନାହିଁ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହା ସ୍ପଷ୍ଟ କରିଛନ୍ତି। । ରେଳମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏତେ ପରିଶ୍ରମ କରୁଛନ୍ତି, ତେଣୁ ଆମମାନଙ୍କୁ ବି ପରିଶ୍ରମ କରିବାକୁ ପଡ଼ିବ । ରେଳବାଇରେ ଯେଉଁ ବିକାଶମୂଳକ କାର୍ଯ୍ୟ ହେଉଛି ସେଥିରେ ସରକାରୀ ଅଧିକାରୀଙ୍କ ପୂରା ସହଯୋଗ ରହୁଛି । ଗତ ସାତ ବର୍ଷ ହେବ ରେଳଷ୍ଟେସନରେ ସ୍ୱଚ୍ଛତା ଉପରେ ବେଶ ଗୁରୁତ୍ୱ ଦିଆଯାଉଛି। ଯାହା ବି କିଛି ପଦକ୍ଷେପ ନିଆଯାଉଛି ସେଥିରେ ରେଳବାଇର ବିକାଶ ଦିଗରେ ଖର୍ଚ୍ଚ କରାଯାଉଛି ।
ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳର ଘରୋଇକରଣ ପାଇଁ କୌଣସି ଯୋଜନା ନାହିଁ । ରେଲୱେରେ କାମ କରୁଥିବା ୧୨ ଲକ୍ଷ କର୍ମଚାରୀ ଓ ୨ କୋଟି ଭେଣ୍ଡର୍ସଙ୍କୁ ଉତ୍ତୋରତ୍ତର ଉନ୍ନତି କରିବା ଲକ୍ଷ୍ୟ ରହିଛି । ଏବେ ରେଳ ଷ୍ଟେସନର ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ନୂଆ ଯୋଜନା ସାମ୍ନାକୁ ଆଣୁଛନ୍ତି । ଯାହାର ଝଲକ ଗାନ୍ଧୀନଗର ଓ ହବିବଗଞ୍ଜ ରେଳଷ୍ଟେସନରେ ଦେଖିବାକୁ ମିଳିଛି । ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ଟି ରେଳଷ୍ଟେସନର ନବକଳେବର ହେବ ।
ସେହିଭଳି ଶ୍ରୀନଗର-ଉଧମପୁର ରେଳପଥକୁ ନେଇ ଅଶ୍ୱିନୀ କହିଛନ୍ତି, ଏଠାକାର ଭୌଗଳିକ ସ୍ଥିତି ଅତି ସଙ୍ଗୀନ । କାରଣ ଏଠାରେ ବାରମ୍ବାର ପାହାଡ ଧସିଥାଏ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏବେ ସେଠାରେ କାମ ଜୋରଦାର ଚାଲିଛି ଏବଂ ୨୦୨୪ ସୁଦ୍ଧା ଏଠାରେ ଟ୍ରେନ ଚାଲିବ।
The post ଘରୋଇ ହାତକୁ ଯିବ ନାହିଁ ଭାରତୀୟ ରେଳ, ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ first appeared on Sambad.from ବିଶେଷ | Sambad https://ift.tt/3Gby4Sr
0 Comments