ମନ୍ଦିର ଦ୍ବାର ଆପଣାଛାଏଁ ଖୋଲେ ଓ ବନ୍ଦ ବି ହୁଏ

ନୂଆଦିଲ୍ଲୀ: କୃଷ୍ଣ ନଗରୀ ବୃ୍ନ୍ଦାବନରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ବିଶ୍ୱାସ କରାଯାଏ ଯେ ଆଜି ବି ଭଗବାନ କୃଷ୍ଣ ପ୍ରତିଦିନ ସେଠାକୁ ଆସିଥାଆନ୍ତି। ଏହି ମନ୍ଦିରର ନାମ ରଙ୍ଗମହଲ ରହିଛି। ଏହା ବୃନ୍ଦାବନର ପ୍ରସିଦ୍ଧ ମନ୍ଦିର ।

ଏଠାରେ ଥିବା ପୁରୋହିତମାନେ କୁହନ୍ତି ଯେ ରଙ୍ଗମହଲ ମନ୍ଦିରର ଦ୍ୱାର ପ୍ରତ୍ୟେକ ଦିନ ସକାଳେ ନିଜେ ଖୋଲିଯାଇଥାଏ। କେବଳ ଏତିକି ନୁ‌ହେଁ ଯେମିତି ଖୋଲିଥାଏ, ଆପଣାଛାଏଁ ସେମିତି ବନ୍ଦ ବି ହୋଇଯାଇଥାଏ।

ପୁରୋହିତମାନେ କୁହନ୍ତି ଯେ ଶ୍ରୀକୃଷ୍ଣ ଏବଂ ରାଧା ପ୍ରତିଦିନ ଏଠାକୁ ଶୋଇବାକୁ ଆସିଥାଆନ୍ତି। ସେଥିପାଇଁ ପ୍ରତିଦିନ ସେମାନଙ୍କ ପାଇଁ ଏକ ଶଯ୍ୟା ତିଆରି କରାଯାଏ । ପୁରୋହିତଙ୍କ ଅନୁଯାୟୀ, ସକାଳେ ବିଛଣା ଅସଜଡ଼ା ହୋଇ ପଡ଼ିଥାଏ। ତେଣୁ ବିଶ୍ବାସ କରାଯାଏ ଯେ ପ୍ରଭୁ ନିଶ୍ଚିତ ଭାବରେ ରାତିରେ ଏଠାକୁ ବିଶ୍ରାମ ନେବାକୁ ଆସିଥାଆନ୍ତି। ଏତଦ ବ୍ୟତୀତ ରାତିରେ ରଖାଯାଇଥିବା ଭୋଗ ବି ଖିଆଯାଇଥିବା ପରି ଦେଖାଯାଇଥାଏ।

ଏହି ମନ୍ଦିର ନିକଟରେ ଏକ ଜଙ୍ଗଲ ଅଛି, ଯାହାକୁ ନିଧି ବନ କୁହାଯାଏ। ଏହି ଜଙ୍ଗଲ ମଧ୍ୟ ଏକ ରହସ୍ୟମୟ ସ୍ଥାନ । ଲୋକମାନେ କୁହନ୍ତି ଯେ ଜଙ୍ଗଲ ଭିତରକୁ ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ରାଧା ଯାଇଥାଆନ୍ତି।

ଏକଦା ଦୁଇଜଣ ବ୍ୟକ୍ତି ପ୍ରଭୁଙ୍କୁ ଦେଖିବା ପାଇଁ ସ୍ଥିର କରିଥିଲେ, କିନ୍ତୁ ପରଦିନ ସକାଳେ ଉଭୟ ପାଗଳ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସାଧୁ ଥିଲେ, ଯାହାଙ୍କ ସମାଧି ସେଠାରେ ନିର୍ମିତ ହୋଇଛି।

The post ମନ୍ଦିର ଦ୍ବାର ଆପଣାଛାଏଁ ଖୋଲେ ଓ ବନ୍ଦ ବି ହୁଏ first appeared on Sambad.

from ବିଶେଷ | Sambad https://ift.tt/3F04qPM

Post a Comment

0 Comments