ନୂଆଦିଲ୍ଲୀ: ବୟସ ୭୫ବର୍ଷ, ନାମ କୁସୁମାବତୀ ଦେବୀ। କୁସୁମାବତୀ ପ୍ରତିଦିନ ଅଧାକିଲୋ ବାଲି ଖାଉଥିବା ଖବର ସାମ୍ନାକୁ ଆସିଛି। ତେବେ ତାଙ୍କୁ ୧୮ବର୍ଷ ହୋଇଥିବା ବେଳେ ଜଣେ ବୈଦଙ୍କ କହିବାନୁସାରେ ସେ ଏଭଳି ବାଲି ଖାଉଥିବା କହିଛନ୍ତି। ଧୀରେଧୀରେ କୁସୁମାବତୀ ଦେବୀ ପ୍ରତିଦିନ ବାଲି ଖାଇବାକୁ ଲାଗିଥିଲେ। ସକାଳେ ଚା’ ଜଳିଖିଆ ଖାଇବା ପଛେ ବିଳମ୍ବ ହୋଇଯାଏ କିନ୍ତୁ ସେ ବାଲି ଖାଇବାକୁ ଭୁଲନ୍ତି ନାହିଁ। ତେବେ ସେ ଯେଉଁ ବାଲି ଖାଆନ୍ତି ତାକୁ ଗଙ୍ଗା ବାଲି ବୋଲି କୁହାଯାଉଛି। ଏହି ବାଲିକୁ କୁସୁମାବାତୀଙ୍କ ନାତି ଯୋଗାଡ଼ କରି ଦେଇଥାଆନ୍ତି।

କୁସୁମାବତୀ ବାଲି ଖାଉଥିବା ହେତୁ ଗାଁରେ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଙ୍କର ପରିଶ୍ରମ ଦେଖି ଗାଁ ଲୋକ ସେତିକି ଆଶ୍ଚର୍ଯ୍ୟ ବି ହୋଇଥାଆନ୍ତି।
କୁସୁମାବତୀ ଦେବୀ ଏକ ପୋଲଟ୍ରି ଫାର୍ମ ଚଲାନ୍ତି। କ୍ଷେତରେ ଏକ ଛୋଟସ୍ଥାନରେ ଘର କରି ରହିଛନ୍ତି। କୁସୁମାବତୀଙ୍କ ଦୁଇପୁଅ ଅଛନ୍ତି। କିନ୍ତୁ ସେ ନିଜର ଜିଦ ହେତୁ ଏପରି ଏକା ରହୁଛନ୍ତି।
ସାଧାରଣତଃ ଖାଇବା ସମୟରେ ଯଦି ସମାନ୍ୟ ବାଲି ମୁହଁରେ ଆସିଯାଏ ତେବେ ସେ ଖାଦ୍ୟ ଖାଇ ହୋଇ ନଥାଏ। କିନ୍ତୁ କୁସୁମାବତୀ କହନ୍ତି ଯଦି ସେ ଗୋଟିଏ ଦିନ ବି ବାଲି ନଖାଆନ୍ତି ତେବେ ତାଙ୍କ ଶରୀରଅବସ୍ଥା ବିଗିଡ଼ି ଯାଇଥାଏ।
The post ଏହି କାରଣରୁ ୫୭ବର୍ଷ ହେବ ପ୍ରତି ଦିନ ଅଧାକିଲୋ ବାଲି ଖାଇଥାଆନ୍ତି ବୃଦ୍ଧା first appeared on Sambad.
from ବିଶେଷ | Sambad https://ift.tt/3p3EpIJ
0 Comments