ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି। ଏହି ଲୋକଙ୍କ ମଧ୍ୟରେ ଅଜବ ନିଶା ବି ଦେଖିବାକୁ ମିଳିଥାଏ। ନିକଟରେ ଜଣେ ଯୁବକ ଏଲିଅନ ହେବା ପାଇଁ ନିଜ ନାକ, ଓଠ, କାନ ଓ ହାତର କିଛି ଆଙ୍ଗୁଠି କାଟିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଏନ୍ଥନି ଲୋଫ୍ରେଡୋ। ସେ ଫ୍ରାନ୍ସରେ ବସବାସ କରନ୍ତି।
ଏନ୍ଥନି ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିଲେ। କିନ୍ତୁ ଏହି ଚାକିରିରେ ସେ ଖୁସି ନଥିଲେ। କିଛି ଅଲଗା କରିବା ନିଶା ତାଙ୍କ ମନରେ ଘାରିଥିଲା। ଆଉ ସେ ଏଲିଅନ ଭଳି ନିଜ ଶରୀରକୁ ସଜାଇବେ ବୋଲି ସ୍ଥିର କରିଥିଲେ।

କେବଳ ଏତିକି ନୁହେଁ ବହୁତ ଦିନ ହେବ ଏଲିଅନ ହେବା ଇଚ୍ଛାକୁ ପୁରା କରିବାକୁ ସେ ପୁରା ଶରୀରରେ କଳା ଟାଟୁ ବି କରିଛନ୍ତି। ବ୍ଲାକ ଏଲିଅନ ହେବାକୁ ସେ ଅନେକ ସର୍ଜରି ମଧ୍ୟ କରାଇଛନ୍ତି। କେବଳ ଶରୀରରେ ନୁହେଁ ବରଂ ଆଖିରେ ମଧ୍ୟ ସେ ଟାଟୁ ଆଙ୍କିଛନ୍ତି। ଏତିକିରେ ତାଙ୍କ ଇଚ୍ଛା ପୂରା ହୋଇନାହିଁ। ସେ ଆହୁରି କିଛି ସର୍ଜରି କରାଇ ନିଜକୁ ବ୍ଲାକ ଏଲିଅନରେ ପରିଣତ କରିବେ ବୋଲି ଯୋଜନା ରଖିଛନ୍ତି।
The post ଏଲିଅନ ଭଳି ଦେଖାଯିବା ପାଇଁ ଏହି ବ୍ୟକ୍ତି କାଟି ଦେଇଛନ୍ତି ନାକ, କାନ, ଓଠ ଓ ଆଙ୍ଗୁଳି first appeared on Sambad.from ବିଶେଷ | Sambad https://ift.tt/3xmhrQF
0 Comments