
ନୂଆଦିଲ୍ଲୀ: କୁହାଯାଏ ଭଗବାନ ଅଭାବୀ ଲୋକମାନଙ୍କ ପାଖରେ ସାହାଯ୍ୟ କୌଣସି ପ୍ରକାରେ ବି ପହଞ୍ଚାଇ ଦେଇ ଥାଆନ୍ତି। ଜାମ୍ମୁ କାଶ୍ମୀରରେ ଏକ ଚଣା ଷ୍ଟଲ୍ କରିଥିବା ୯୦ ବର୍ଷିୟ ଅବଦୁଲ୍ ରେହମାନଙ୍କ ସାହାଯ୍ୟ ପାଇଁ ଜଣେ ପୁଲିସ ଅଧିକାରୀ ଦେବବଦୂତ ସାଜି ପହଞ୍ଚିଥିଲେ।
ଅବଦୁଲ ରେହମାନ ଜମା କରିଥିବା ସମସ୍ତ ପୁଞ୍ଜିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏହି ଘଟଣା ଜାଣିବା ପରେ ପୁଲିସ ଅଧିକାରୀ ନିଜ ପକେଟରୁ ରେହମାନଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ। ପୁଲିସ ଏହି ଲୁଟ ଘଟଣାର ଏକ ମାମଲା ରୁଜୁ କରିଛି। ଆଉ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଶନିବାର ଶ୍ରୀନଗର ସହରର ବୋହରି କାଦଲ ଅଞ୍ଚଳରେ ଚଣାର ଏକ ଷ୍ଟଲ କରିଥିବା ଅବଦୁଲ ରେହମାନ (୯୦)ଙ୍କ ଠାରୁ ଦୁର୍ବୃତ୍ତ ଲୁଟ୍ କରିଥିଲେ। ରେହମାନ ତାଙ୍କ ଘରେ ଏକୁଟିଆ ରୁହନ୍ତି, ସେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଏକ ଲକ୍ଷ ଟଙ୍କା ବହୁ କଷ୍ଟରେ ସଞ୍ଚୟ କରି ରଖିଥିଲେ। ଯାହାକୁ ଲୁଟେରା ଲୁଟ କରି ନେଇଥିଲେ।
ଲୁଟ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଏସଏସପି ସନ୍ଦୀପ ଚୌଧୁରୀ ପହଞ୍ଚିଲେ। ସେ ରେହମାନଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଏକ ଲକ୍ଷ ଟଙ୍କା ନିଜ ପକେଟରୁ ଦେଇଥିଲେ। ଏହି ଟଙ୍କା ପାଇବା ପରେ ଅବଦୁଲ ରେହମାନ କାନ୍ଦି ପକାଇଥିଲେ। ତେବେ ଏସଏସପି ସନ୍ଦୀପ ଚୌଧୁରୀ ବୃଦ୍ଧଙ୍କୁ ଏଭଳି ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି।
The post ନିଜର ଅନ୍ତିମ ସଂସ୍କାର ପାଇଁ ରଖିଥିବା ଟଙ୍କାକୁ ଲୁଟି ନେଲେ ଲୁଟେରା, ବୃଦ୍ଧଙ୍କୁ ଏକଲକ୍ଷ ଟଙ୍କା ସାହାଯ୍ୟ କଲେ ପୁଲିସ ଅଧିକାରୀ first appeared on Sambad.
from ବିଶେଷ | Sambad https://ift.tt/3HrndF6
0 Comments