ଷଣ୍ଢର ଦାମ୍ କୋଟିଏ ଟଙ୍କା ! ଜାଣନ୍ତୁ ଏହା ପଛର କାରଣ କ’ଣ?

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆୟୋଜିତ କୃଷି ମେଳାରେ ୧ କୋଟି ଟଙ୍କାର ଷଣ୍ଢ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଦାମିକା ଷଣ୍ଢର ମାଲିକ ବୋରେଗୋଡା କହିଛନ୍ତି ଯେ, କୃଷ୍ଣ ହାଲିକର ପ୍ରଜାତିର ଏକ ଷଣ୍ଢ ଏବଂ ଏହାର ସିମେନ(ଶୁକ୍ର)ର ଦାମ୍‌  ବଜାରରେ ସର୍ବାଧିକ ରହିଛି । ଏହି ଷଣ୍ଢର ଶୁକ୍ର ଡୋଜ୍‌ ପିଛା ୧ ହଜାରରୁ ଅଧିକ ଟଙ୍କାରେ  ବିକ୍ରି କରାଯାଉଛି । ଏହି ବିରଳ ପ୍ରଜାତିର ଷଣ୍ଢ ଦକ୍ଷିଣ ଭାରତରେ ମାତା ପ୍ରଜାତି ଭାବରେ ଜଣାଶୁଣା ଏବଂ ଏହା ବିଲୁପ୍ତ ହେବାକୁ ଲାଗିଲାଣି।

ପ୍ରକାଶିତ ରିପୋର୍ଟ ମୁତାବକ, ବେଙ୍ଗାଲୁରୁରେ ୪ଦିନ ପାଇଁ ଏକ କୃଷି ମେଳାର ଆୟୋଜନ କରାଯାଇଥିଲା। ଏହି ମେଳାକୁ ଆଖପାଖ‌ର ଅନେକ ଲୋକ ସେମାନେ ପାଳିଥିବା ପ୍ରାଣୀଙ୍କୁ  ‌ନେଇ ପହଞ୍ଚିଥିଲେ। ଏହି କ୍ରମରେ ବୋରେଗୋଡା ନାମକ ଜଣେ ବ୍ୟକ୍ତି ତାଙ୍କର ପାଳିତ ଷଣ୍ଢକୁ ନେଇ ଏହି ମେଳାରେ ସାମିଲ ହୋଇଥିଲେ।

ସେ ସାଙ୍ଗରେ ଆଣିଥିବା ଷଣ୍ଢର ବୟସ ମାତ୍ର ସାଢ଼େତିନି ବର୍ଷ ଥିବା ବେଳେ ଷଣ୍ଢର ନାମ କୃଷ୍ଣ ରଖିଥିବା ମାଲିକ କହିଥିଲେ। ତେବେ ଏହି ଷଣ୍ଢଟିକୁ କିଣିବା ପାଇଁ ଯେତିକି ଲୋକଙ୍କ ଭିଡ ଲାଗିଥିଲା ତାକୁ ଦେଖିବା ପାଇଁ ତା’ଠାରୁ ଅଧିକ ଲୋକ ଭିଡ଼ ଜମାଇଥିଲେ । ଲୋକେ ଏହି ଏକ କୋଟି ଟଙ୍କାର ଷଣ୍ଢ ସହିତ ସେଲଫି ବି ନେବାର ଦେଖିବାକୁ ମିଳିଥିଲା।

 

The post ଷଣ୍ଢର ଦାମ୍ କୋଟିଏ ଟଙ୍କା ! ଜାଣନ୍ତୁ ଏହା ପଛର କାରଣ କ’ଣ? first appeared on Sambad.

from ବିଶେଷ | Sambad https://ift.tt/3qBlZ4b

Post a Comment

0 Comments