ମା’ର ମୃତ୍ୟୁପରେ ବି ଗର୍ଭରେ ଜୀବିତ ଥିଲା ଶିଶୁ, ଏମିତି ଉପାୟରେ ଡାକ୍ତର କରାଇଲେ ପ୍ରସବ

ବେଙ୍ଗାଲୁରୁ: କର୍ଣ୍ଣାଟକର ଗାଡବା ଜିଲ୍ଲାରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ଏଭଳି ଏକ ଚମତ୍କାର କରିଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜିଲ୍ଲା ହସ୍ପିଟାଲରେ ଡାକ୍ତରମାନେ ଜଣେ ମୃତ ଗର୍ଭବତୀ ମହିଳାଙ୍କ ପେଟରୁ ଜୀବନ୍ତ ଶିଶୁ ଜନ୍ମ କରାଇବାରେ ସଫଳ ହୋଇଛନ୍ତି । ଏହାସହ ଜନ୍ମ ହୋଇଥିବା ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ବି କୁହାଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକର ଗଡବା ଜିଲ୍ଲାର ମୁଶିଗେରୀ ଗାଁରେ ରହୁଥିବା ଗର୍ଭବତୀ ମହିଳା ଅର୍ଣ୍ଣପୂର୍ଣ୍ଣା ବାତ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ । ହେଲେ ମହିଳାଜଣଙ୍କ ମେଡିକାଲ ଯିବା ବାଟରେ ମୃତ୍ୟୁବରଣ କରିଥିଲେ ।

ମୃତ୍ୟୁ ପରେ ବି ପରିବାର ଲୋକେ ମହିଳାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ, ମୃତ ମା’ର ଗର୍ଭରେ ଥିବା ଶିଶୁଟି ଜୀବନ୍ତ ରହିଛି । ଏହାପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମୃତ ମହିଳାଙ୍କ ପରିଜନଙ୍କ ଠାରୁ ଅନୁମତି ନେଇ ୧୫ ମିନିଟ ମଧ୍ୟରେ ଅସ୍ତ୍ରୋପଚାର କରାଇଥିଲେ ଓ ଶିଶୁଟିକୁ ଜୀବନ୍ତ ଜନ୍ମ କରାଇଥିଲେ ।

ଏନେଇ ମେଡିକାଲ ଅଧିକାରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଲଭ ଉପଲବ୍ଧି । ଡାକ୍ତରୀ ଟିମ୍ ଚତୁରତାର ସହ ଖୁବଶୀଘ୍ର ଅସ୍ତ୍ରୋପଚାର କରିବା ଦ୍ୱାରା ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଗର୍ଭରୁ ବାହାରକୁ ଅଣାଯାଇପାରିଛି । ଏହି ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ କିଛିଟା ଆଶ୍ୱସ୍ଥି ମିଳିଛି । ସେ କହିଛନ୍ତି ଯେ, ଭଗବାନ ଏଭଳି ପରିସ୍ଥିତି ଅନ୍ୟ କାହା ପାଇଁ ନ ଆଣନ୍ତୁ ।

The post ମା’ର ମୃତ୍ୟୁପରେ ବି ଗର୍ଭରେ ଜୀବିତ ଥିଲା ଶିଶୁ, ଏମିତି ଉପାୟରେ ଡାକ୍ତର କରାଇଲେ ପ୍ରସବ first appeared on Sambad.

from ବିଶେଷ | Sambad https://ift.tt/3CaSnNh

Post a Comment

0 Comments