ମା’ର ମୃତ୍ୟୁପରେ ଗର୍ଭରେ ଜୀବିତ ଥିଲା ଶିଶୁ, ଡାକ୍ତରଙ୍କ ଉଦ୍ୟମରେ ଦୁନିଆ ଦେଖିଲା ନବଜାତ

ବେଙ୍ଗାଲୁରୁ:  କର୍ଣ୍ଣାଟକର ଗାଡବା ଜିଲ୍ଲାରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ଏଭଳି ଏକ ଚମତ୍କାର କାମ କରିଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜିଲ୍ଲା ହସ୍ପିଟାଲରେ ଡାକ୍ତରମାନେ ଜଣେ ମୃତ ଗର୍ଭବତୀ ମହିଳାଙ୍କ ପେଟରୁ ଜୀବନ୍ତ ଶିଶୁକୁ ପ୍ରସବ କରାଇବାରେ ସଫଳ ହୋଇଛନ୍ତି । ଏହାସହ ଜନ୍ମ ହୋଇଥିବା ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ କର୍ଣ୍ଣାଟକର ଗଡବା ଜିଲ୍ଲାର ମୁଶିଗେରୀ ଗାଁରେ ରହୁଥିବା ଗର୍ଭବତୀ ମହିଳା ଅନ୍ନପୂର୍ଣ୍ଣା ବାତ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ । ହେଲେ ମହିଳା ଜଣଙ୍କ ମେଡିକାଲ ଯିବା ବାଟରେ ହିଁ ମୃତ୍ୟୁବରଣ କରିଥିଲେ ।

ମୃତ ମହିଳାଙ୍କୁ  ଡାକ୍ତରଖାନାରେ ପହଞ୍ଚାଯିବା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ କି ତାଙ୍କ ଗର୍ଭରେ ଥିବା ଶିଶୁଟି ଜୀବନ୍ତ ରହିଛି । ଏହାପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମୃତ ମହିଳାଙ୍କ ପରିଜନଙ୍କଠାରୁ ଅନୁମତି ନେଇ ୧୫ ମିନିଟ ମଧ୍ୟରେ ଅପରେସନ କରାଇଥିଲେ ଓ ଶିଶୁଟିକୁ ଜୀବନ୍ତ ଜନ୍ମ କରାଇ ପାରିଥିଲେ ।

ଏ ନେଇ ଡାକ୍ତରଖାନାର ଅଧିକାରୀ କହିଛନ୍ତି କି ଏହା ଅତ୍ୟନ୍ତ ଦୁଲ୍ଲର୍ଭ ଉପଲବ୍ଧି । ଡାକ୍ତରୀ ଟିମ୍ ବୁଦ୍ଧିମତ‌ାର ସହ ଖୁବଶୀଘ୍ର ଅପରେସନ କରିବା ଦ୍ୱାରା ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିଛି । ଏହି ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ କିଛିଟା ଆଶ୍ୱସ୍ଥି ମିଳିଛି । ସେ କହିଛନ୍ତି କି ଭଗବାନ ଏଭଳି ପରିସ୍ଥିତି ଅନ୍ୟ କାହା ପାଇଁ ନ ଆଣନ୍ତୁ ।

The post ମା’ର ମୃତ୍ୟୁପରେ ଗର୍ଭରେ ଜୀବିତ ଥିଲା ଶିଶୁ, ଡାକ୍ତରଙ୍କ ଉଦ୍ୟମରେ ଦୁନିଆ ଦେଖିଲା ନବଜାତ first appeared on Sambad.

from ବିଶେଷ | Sambad https://ift.tt/3ky03Dn

Post a Comment

0 Comments