
ପୁରୀ: ଦିବ୍ୟାଙ୍ଗ ମିଟୁ ସ୍ୱାଇଁ । ପିଲାଟିବେଳୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି । କାଳିଆକୁ ସିନା ସେ ଆଖିରେ ଦେଖିପାରୁନାହାନ୍ତି, କିନ୍ତୁ ମନ ଭିତରେ ମହାପ୍ରଭୁଙ୍କୁ ସେ ସବୁବେଳେ ସ୍ମରଣ କରନ୍ତି । ସେଇଥିପାଇଁ ତ ବଡଠାକୁରଙ୍କୁ ସ୍ମରଣ କରି ବଡ଼ଦାଣ୍ଡରେ ବାଦାମ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ମିଟୁ ।
ବ୍ରହ୍ମପୁର ହୁଗୁଳାପଟାରେ ମିଟୁଙ୍କର ଘର । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ହେଲାଣି ସେ ପୁରୀରେ ରହୁଛନ୍ତି । ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି, କିମ୍ବା ଭିକ୍ଷାବୃତିକୁ ଆପଣାଇନାହାନ୍ତି । ସ୍ୱଳ୍ପ ରୋଜଗାର ହେଉଥିଲେ ମଧ୍ୟ, ବାଦାମ ବିକ୍ରି କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ। ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି କାର୍ଯ୍ୟ କଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ମିଟୁ । ଦୃଷ୍ଟିଶକ୍ତି ନଥିଲେ ବି ଜୀବନଯୁଦ୍ଧରେ ସେ ହାରିଯାଇନାହାନ୍ତି । ପ୍ରତିଦିନ ସକାଳ ହେଲେ, ମହାପ୍ରଭୁଙ୍କୁ ସ୍ମରଣ କରି ବାଦାମ, ସେଉ ଭଜା ପ୍ୟାକେଟ୍ ଧରି ବଡଦାଣ୍ଡରେ ବିକ୍ରି କରିଥାନ୍ତି ମିଟୁ।
The post ମହାପ୍ରଭୁଙ୍କୁ ସ୍ମରଣ କରି ଜୀବନ ଜିଉଁଛନ୍ତି ଦୃଷ୍ଟିହୀନ ମିଟୁ, ବଡ଼ଦାଣ୍ଡରେ ବାଦାମ ବିକି କରୁଛନ୍ତି ପରିବାର ପ୍ରତିପୋଷଣ first appeared on Sambad.from ବିଶେଷ | Sambad https://ift.tt/3CKxTvZ
0 Comments