୨ହଜାର ଦୀପରେ ମା’କାଳୀଙ୍କ ବାଲୁକା ପ୍ରତିମୂର୍ତ୍ତି ପ୍ରସ୍ତୁତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଦୀପାବଳି ଅବସରରେ ଖ୍ୟାତନାମା ବାଲୁକା ଶିଲ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟାନାୟକ ପୁରୀ ବେଳାଭୂମିରେ ୨,୨୫୬ଟି ମାଟି ଦୀପ ବ୍ୟବହାର କରି ଦେବୀ ମା’ କାଳୀଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏବଂ ଏଥିସହ ଶ୍ରୀ ପଟ୍ଟାନାୟକ ଦୀପାବଳିର ଶୁଭେଚ୍ଛା ଜଣାଇ ସବୁଜ ଦୀପାବଳି ଏବଂ ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି।

ଶ୍ରୀ ପଟ୍ଟାନାୟକ ଏହି ବାଲୁକା କଳାର ଏକ ଭିଡିଓକୁ ନିଜ ଟ୍ଵିଟର ହାଣ୍ଡଲରେ ସେୟାର କରି କହିଛନ୍ତି, ଦୀପାବଳି ଅବସରରେ ମୋ ଦ୍ୱାରା ପ୍ରସ୍ତୁତ ଦେବୀ ମା କାଳୀଙ୍କ ବାଲୁକା କଳା। ଯାହା ୨,୨୫୬ଟି ମାଟି ଦୀପ ସହାୟତାରେ ଓଡିଶାର ପୁରୀ ବେଳାଭୂମିରେ ପ୍ରସ୍ତୁତ ହୋଇଛି। ଦୀପାଳିର ଶୁଭକାମନା। ସବୁଜ ଦୀପାବଳ ଓ ସୁରକ୍ଷିତ ଦୀପାବଳି ପାଳନ କରନ୍ତୁ।

ଉଲ୍ଲେଖଯୋଗ୍ୟ, ଦୀପାବଳି ହେଉଛି ଦେଶର ସବୁଠାରୁ ପ୍ରତୀକ୍ଷିତ ପର୍ବ ମଧ୍ୟରୁ ଗୋଟିଏ। ଆଲୋକର ପର୍ବ ଦୀପାବଳି ମନ୍ଦ ଉପରେ ଭଲର ବିଜୟକୁ ପାଳନ କରେ। ହିନ୍ଦୁ ପୁରାଣ ଅନୁଯାୟୀ, ରାବଣକୁ ପରାସ୍ତ କରିବା ପରେ ଅଯୋଧ୍ୟା ସହରକୁ ଦୀପାବଳିରେ ଜଣେ ବିଜେତା ଭଗବାନ ରାମଙ୍କ ପ୍ରତ୍ୟାବର୍ତ୍ତନକୁ ସୂଚୀତ କରିଥାଏ। ଏହି ଉତ୍ସବ ପାଳନ କରିବା ପାଇଁ ଲୋକମାନେ ନିଜ ନିଜର ଘରକୁ ସଜାଇବା ସହ ନୂତନ ସାମଗ୍ରୀ କିଣନ୍ତି ଏବଂ ଘରେ ମିଠା ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ତିଆରି କରନ୍ତି।

The post ୨ହଜାର ଦୀପରେ ମା’କାଳୀଙ୍କ ବାଲୁକା ପ୍ରତିମୂର୍ତ୍ତି ପ୍ରସ୍ତୁତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ first appeared on Sambad.

from ବିଶେଷ | Sambad https://ift.tt/31oZMM9

Post a Comment

0 Comments