ମୋରାଦାବାଦ: ମୃତ୍ୟୁକୁ ହରାଇ ପୁଣି ହାରିଗଲେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତ ବ୍ୟକ୍ତି ରହିବା ପାଇଁ ଉଦ୍ଦିଷ୍ଟ ଫ୍ରିଜରରେ ୭ ଘଣ୍ଟା ରହିଲେ। ତା’ ପରେ ଫ୍ରିଜରରୁ କାଢ଼ି ପୋଷ୍ଟମର୍ଟମ କଲାବେଳକୁ ସେ ଜୀବିତ ଥିବା ଜଣାପଡ଼ିଥିଲା। ଏହି ଖବର ପାଇ ପରିବାର ଲୋକଙ୍କ ଖୁସିର ଠିକଣା ରହିନଥିବା ବେଳେ ଏବେ ପୁଣି ଥରେ ପରିବାରର ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। କାରଣ ଜୀବିତ ହୋଇଥିବା ବ୍ୟକ୍ତିଙ୍କଜଣକର ୪ଦିନ ଚିକିତ୍ସା ଚାଲିବା ପରେ ଗତକାଲି ତାଙ୍କର ପୁଣି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଉତ୍ତରପ୍ରଦେଶର ମୋରାଦାବାଦର ରହୁଥିବା ମୃତ ଶ୍ରୀକେଶ କୁମାରଙ୍କୁ ଗତ ଗୁରୁବାର ରାତିରେ ଏକ ବାଇକ୍ ତାଙ୍କୁ ପ୍ରଚଣ୍ଡ ଧକ୍କା ଦେବାରୁ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଦେଲେ। ତା’ପରେ ପୋଷ୍ଟମର୍ଟମ କରି ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ରାତିରେ ପୋଷ୍ଟମର୍ଟମ ହୋଇ ନ ପାରିବାରୁ ମୃତ-ଘୋଷିତ ଶରୀରକୁ ଫ୍ରିଜରରେ ରଖାଯାଇଥିଲା। ଏହିପରି ୭ ଘଣ୍ଟା ଫ୍ରିଜରରେ ରହିବା ପରେ ପରଦିନ ପୋଷ୍ଟମର୍ଟମ ପାଇଁ କଢ଼ାଗଲା। ପୁଲିସ ପରିବାର ସଦସ୍ୟଙ୍କ ଦ୍ବାରା ଶବ ଚିହ୍ନଟ କରି ପଞ୍ଚନାମା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଶ୍ରୀକେଶଙ୍କ ଶାଳୀ ମଧୁବାଳା ଦେଖିଲେ ଯେ, ତାଙ୍କ ଦେହ ହଲଚଲ ହେଉଛି। ଏହାପରେ ସେ ପାଟି କରି ଡାକ୍ତରଙ୍କୁ ଡାକି ଶ୍ରୀକେଶ ବଞ୍ଚିଥିବା କହିଥିଲେ।
ପରେ ଡାକ୍ତର ଶ୍ରୀକେଶଙ୍କୁ ଫ୍ରିଜରରୁ ଆଣି ତାଙ୍କର ଚିକିତ୍ସା କରିଥିଲେ। ହେଲେ ୪ଦିନ ତାଙ୍କର ଚିକିତ୍ସା ଚାଲିବା ପରେ ଗତକାଲି ତାଙ୍କର ପୁଣି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
The post ମୃତ୍ୟୁ ଆଗରେ ପୁଣି ହାର ମାନିଲେ: ଶବଗୃହର ଫ୍ରିଜରରେ ୭ ଘଣ୍ଟା ରହିବା ପରେ ଜୀବିତ ହୋଇଥିବା ବ୍ୟକ୍ତି ମୃତ first appeared on Sambad.from ବିଶେଷ | Sambad https://ift.tt/3FNZbmn
0 Comments