
ଉତ୍ତରପ୍ରଦେଶର ଜଉଁପୁର ଜିଲ୍ଲାର ସିର୍କୋନି ବ୍ଳକ୍ ଅନ୍ତର୍ଗତ ମାଧୋପଟ୍ଟି ଗାଁ ଭାରତ ଇତିହାସରେ ଏକ ବିରଳ ଫର୍ଦ୍ଦ ଲିପିବଦ୍ଧ କରିଛି। ମାତ୍ର ୭୫ଟି ପରିବାର ବସବାସ କରୁଥିବା ଉକ୍ତ ଗାଁରୁ ସର୍ବାଧିକ ୪୭ ଜଣ ପ୍ରାଶାସନିକ ଅଧିକାରୀ(ଆଇଏଏସ୍) ସୃଷ୍ଟି ହୋଇ ଏହାକୁ ‘ପ୍ରାସାଶନିକ ଅଧିକାରୀଙ୍କ ଗାଁ’ ଭାବେ ପରିଚିତ କରାଇଛନ୍ତି। ଗାଁର ଅଧିକାଂଶ ବୋହୂ ମଧ୍ୟ ସ୍ବାଭାବିକ ଭାବେ ପ୍ରାଶାସନିକ ଅଧିକାରୀ ହୋଇଥିବା ଜଣାଯାଇଛି। ଏଥି ସହିତ ଗୋଟିଏ ପରିବାରର ଚାରି ଚାରି ଜଣ ସହୋଦର ମଧ୍ୟ ବିରଳ ଆଇଏଏସ୍ ଅଧିକାରୀ ହୋଇଥିବାର ଅନନ୍ୟ ରେକର୍ଡ ମଧ୍ୟ ରହିଛି।
ବିହାରର ମୁଖ୍ୟ ସଚିବ ଭାବେ ଅବସର ନେଇଥିବା ଏହି ଗାଁର ବିନୟ କୁମାର ସିଂହ ୧୯୫୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହୋଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ଭାଇ ଛତ୍ରପାଳ ସିଂହ ଓ ଅଜୟ କୁମାର ସିଂହ ୧୯୬୪ ମସିହାରେ ଆଇଏଏସ୍ ପାଇଥିଲେ। ସେହିପରି ଚତୁର୍ଥ ଭାଇ ଶଶିକାନ୍ତ ସିଂହ ମଧ୍ୟ ୧୯୬୮ରେ ଆଇଏଏସ୍ ଅଧିକାରୀ ହୋଇଥିଲେ। କେବଳ ସେତିକି ନୁହେଁ, ଗ୍ରାମର ଅନେକ ବିଦ୍ୟାର୍ଥୀ ମଧ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ଭାବା ପରମାଣୁ ଗବେଷଣା କେନ୍ଦ୍ର(ବାର୍କ) ଏବଂ ବିଶ୍ବ ବ୍ୟାଙ୍କ ପରି ସମ୍ମାନଜନକ ସଂସ୍ଥାରେ ଅବସ୍ଥାପିତ। ଗ୍ରାମରେ ଏପରି ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ କୌଣସି କୋଚିଂ ସେଣ୍ଟର ନଥିବା ବେଳେ ବିଦ୍ୟାର୍ଥୀମାନେ କେବଳ ପୂର୍ବ ପିଢ଼ିଠାରୁ ଉତ୍ସାହିତ ହୋଇ ନିଜ ଉଦ୍ୟମରେ ଏପରି ଗୌରବ ଆଣିପାରିଛନ୍ତି। ‘ଭାରତର ପ୍ରକୃତ ଆତ୍ମା ଏହାର ଗାଁମାନଙ୍କରେ ରହିଛି’ ବୋଲି ମହାତ୍ମା ଗାନ୍ଧିଙ୍କ ଉକ୍ତିକୁ ମାଧୋପଟ୍ଟି ପ୍ରମାଣିତ କରିଛି।
The post ପ୍ରାଶାସନିକ ଅଧିକାରୀଙ୍କ ଗାଁ first appeared on Sambad.from ବିଶେଷ | Sambad https://ift.tt/2ZTOJdu
0 Comments