
ଭାରତୀୟମାନେ ଯେ କେବଳ କ୍ରିକେଟ୍ପ୍ରେମୀ ତାହା ନୁହେଁ, ଭାରତରେ କ୍ରିକେଟ୍ ସଂକ୍ରାନ୍ତ ଅନେକ ରୋଚକ ଘଟଣାବଳୀ ମଧ୍ୟ ରହିଛି ୟାହା ଭାରତୀୟମାନଙ୍କ ଅନନ୍ୟ କ୍ରିକେଟ୍ ରୁଚିକୁ ପ୍ରତିଫଳିତ କରୁଛି। ସେଥି ମଧ୍ୟରେ ବିଶ୍ବର ଉଚ୍ଚତମ କ୍ରିକେଟ୍ ପଡ଼ିଆ ରହିଥିବା ଗିନିସ୍ ବୁକ୍ ତଥ୍ୟରୁ ଜଣାଯାଇଛି।
ହିମାଚଳପ୍ରଦେଶର ସିମଳା ଜିଲ୍ଲା ଅନ୍ତର୍ଗତ ଶୈଳନିବାସ ଚୈଲ୍ ଠାରେ ସ୍ଥାପିତ କ୍ରିକେଟ୍ ପଡ଼ିଆ ସମୁଦ୍ର ପତନଠାରୁ ୨,୧୪୪ ମିଟର ବା ୭,୦୩୪ ଫୁଟ୍ ଉଚ୍ଚରେ ରହି ଏହି ବିରଳ ରେକର୍ଡ ଧାରଣ କରିଛି। ୧୮୯୩ ମସିହାରେ ପଟିଆଲାର କ୍ରିକେଟ୍ପ୍ରେମୀ ମହାରାଜା ଭୂପିନ୍ଦର ସିଂହ ଏହାକୁ ସ୍ଥାପନ କରିଥିଲେ। ସେତେବେଳେ ଏହି ପଡ଼ିଆରେ ମହାରାଜା ବ୍ରିଟିସ୍ମାନଙ୍କ ସହ କ୍ରିକେଟ୍ ଖେଳୁଥିଲେ। ଦେବଦାରୁ ଓ ପାଇନ୍ ଗଛରେ ପରିବେଷ୍ଟିତ ଏହି ଖେଳପଡ଼ିଆ ପୋଲୋ ଖେଳ ପାଇଁ ମଧ୍ୟ ବ୍ୟବହୃତ ହେଉଛି। ତେବେ ଏହା ଏବେ ଭାରତୀୟ ସେନାବାହିନୀ ଅଧୀନରେ ରହିଛି ଏବଂ ଚୈଲ ସାମରିକ ବିଦ୍ୟାଳୟର ବିଭିନ୍ନ କ୍ରୀଡ଼ା ଏଠାରେ ଅନୁଷ୍ଠିତ ହେଉଛି।
ଚୈଲ ବ୍ୟତୀତ ଧର୍ମଶାଳାରେ ୨୦୦୩ରେ ନିର୍ମିତ ସର୍ବୋଚ୍ଚ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିଅମ୍ ସମୁଦ୍ର ପତନ ଠାରୁ ୪,୭୮୦ ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ବେଳେ ଲାହୌଲ ଉପତ୍ୟକାର ସିଷୁଠାରେ ଆଉ ଏକ ନୂତନ କ୍ରିକେଟ୍ ଷ୍ଟାଡିଅମ୍ ବିକଶିତ କରାଯାଉଛି। ଏହି ନୂତନ ଖେଳପଡ଼ିଆ ବହୁଚର୍ଚ୍ଚିତ ଅଟଳ ସୁଡ଼ଙ୍ଗଠାରୁ ମାତ୍ର ୭ କିମି. ଦୂରରେ ଏବଂ ସମୁଦ୍ର ପତନ ଠାରୁ ୧୦,୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ।
The post ବିଶ୍ୱର ଉଚ୍ଚତମ କ୍ରିକେଟ୍ ପଡ଼ିଆ first appeared on Sambad.from ବିଶେଷ | Sambad https://ift.tt/3GZyZqn
0 Comments