ବ୍ଲକ ଫାଟକରେ ତାଲା ପକାଇଲେ, କୁଶପୁତ୍ତଳିକା ଦାହ କଲେ

ବାଲେଶ୍ବର : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ‌ସୋମବାର ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ସମାବେଶ ସହିତ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପ୍ରତ୍ୟେକ ବ୍ଲକ ସମ୍ମୁଖରେ ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହି ମମିତା ମେହେର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଥିଲେ।

କ୍ଷମତାର ଅପବ୍ୟବହାର କରି ଶାସକଦଳ ଏହି ଘଟଣାରେ ପୁଲିସର ସହାୟତା ନେଇ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ଘଟଣାର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ। ତେଣୁ ଅାଇନକୁ ବାଟବଣା ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା। ବିଜେପି କର୍ମୀମାନେ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ବିଭିନ୍ନ କାମରେ ବ୍ଲକକୁ ଆସିଥିବା ଲୋକମାନେ ଭିତରକୁ ଯାଇପାରିନଥିବା ବେଳେ ସେପଟେ ସରକାରୀ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା।

The post ବ୍ଲକ ଫାଟକରେ ତାଲା ପକାଇଲେ, କୁଶପୁତ୍ତଳିକା ଦାହ କଲେ first appeared on Sambad.

from ବିଶେଷ | Sambad https://ift.tt/31KCqAX

Post a Comment

0 Comments