ନୂଆଦିଲ୍ଳୀ: ଲୋକମାନେ ନିଜର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଲେଖିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଭା ଦେଖାଇବାକୁ ଚେଷ୍ଟା କରିଥାଆନ୍ତି। ଏହି କ୍ରମରେ ନିକଟରେ ଜଣେ ବ୍ୟକ୍ତି ନିଜ ଦାଢିରେ ଜଣେ ମହିଳାଙ୍କୁ ଉଠାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ଏହି ଭିଡିଓରେ ଏଣ୍ଟାନାସ କଣ୍ଟ୍ରିମାସ ନାମକ ଜଣେ ବ୍ୟକ୍ତି ୬୩.୮୦ କିଲୋଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଦାଢିରେ ଉଠାଉଥିବା ଦେଖିବାକୁ ମିଳୁଛି । ଏହି ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ।
View this post on Instagram
କିଛି ସମୟ ପାଇଁ ଏହାକୁ ବିଶ୍ବାସ କରି ପାରି ନଥିଲେ ଦର୍ଶକ କି, ଜଣେ ମଣିଷ ନିଜ ଦାଢ଼ିରେ ଜଣେ ମହିଳାଙ୍କୁ ଉଠାଇ ପାରିଥିଲେ ବୋଲି। ତେବେ ଏଣ୍ଟାନାସ କଣ୍ଟ୍ରିମାସ ବହୁ ଚେଷ୍ଟା ଫଳରେ ଏଭଳି ସଫଳତା ହାସ କରି ପାରିଛନ୍ତି। ଅନେକ କଷ୍ଟ କରି ଏଣ୍ଟାନାସ କଣ୍ଟ୍ରିମାସ ଏହି ବିଶ୍ୱ ରେକର୍ଡ କରିଛନ୍ତି । ନିଜ ଦାଢ଼ିରେ ୬୩ କିଲୋଗ୍ରାମର ମହିଳାଙ୍କୁ ଉଠାଉ ଥିବା ବେଳେ ଏଣ୍ଟାନାସ କଣ୍ଟ୍ରିମାସଙ୍କୁ କଷ୍ଟ ବି ହେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ନିଜ ଉପରୁ ଆତ୍ମବିଶ୍ବାସ ହରାଇ ନଥିଲେ। ୨୦୧୩ ଜୁନ ୧୩ ତାରିଖରେ ଏଣ୍ଟାନାସ ତୁର୍କୀରେ ଏଭଳି ପ୍ରଦର୍ଶନ କରିଥିଲେ। ସେବେଠାରୁ ଆଠ ବର୍ଷ ପରେ ମଧ୍ୟ ଏହି ରେକର୍ଡ ତାଙ୍କ ନାମରେ ଅଛି |
The post ଦାଢିରେ ବାନ୍ଧି ୬୩ କିଲୋ ଓଜନର ମହିଳାଙ୍କୁ ଉଠାଇଲେ ଏହି ବ୍ୟକ୍ତି first appeared on Sambad.
from ବିଶେଷ | Sambad https://ift.tt/3nEADFU
0 Comments