
ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ ବାହାନ ନିର୍ମାତା ଟେସଲାର ସିଇଓ ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ସୋସିଆଲ ମିଡିଆରେ ଏଲନଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଏକ ଭର୍ଚୁଆଲ ମିଟିଂ କରୁଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ସେ ମିଟିଂ କରୁଥିବା ସମୟରେ କୋଳରେ ତାଙ୍କ ଶିଶୁକୁ ବସାଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଏଲନ ମସ୍କ ମହାକାଶ ଅଧ୍ୟୟନ ପରିଷଦ ଦ୍ବାରା ଆୟୋଜିତ ଏକ ଅନଲାଇନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆଲୋଚନା କରୁଥିଲେ। ଏହି ଭର୍ଚୁଆଲ ମିଟିଂ ସମୟରେ ଏଲନ ମସ୍କଙ୍କ କୋଳରେ ତାଙ୍କର ୧୬ମାସର ପୁଅ ବସିଛନ୍ତି। ମିଟିଂ ଚାଲିଥିବା ସମୟରେ ଏଲନ ମସ୍କଙ୍କ ପୁଅ ହାତ ହଲାଇ ହସୁଥିବା ବି ନଜରକୁ ଆସିଛନ୍ତି।
ଏହି ଭିଡିଓକୁ ୟୁଟୁବ ଚାନେଲ SpaceXlyରେ ପୋଷ୍ଟ କରାଯାଇଛି। ଏଥିରେ ଟେସଲାର ସିଇଓ ନିଜର ପୁଅକୁ କୋଳରେ ବସାଇ ଏକ ପ୍ରେଜେଣ୍ଟେସନର ଆରମ୍ଭ କରୁଛନ୍ତି। ଏହି ପ୍ରେଜେଣ୍ଟେସନର କିଛି ସମୟ ପରେ ପୁଅ ବାପାଙ୍କ କୋଳରୁ ଓହ୍ଲାଇ ଚାଲି ଯାଇଥିଲେ। ଏହାପରେ ମସ୍କ ମିଟିଂ ଜାରି ରଖିଥିବା ଦେଖିବାକୁ ମିଳିଥିଲା।
ଏହି ଭିଡିଓ ଭାଇରାଲ ହେବା ପରେ ଏଲନ ମସ୍କଙ୍କ ପୁଅ କିୟୁଟ ହୋଇଥିବା ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଉଥିବା ବେଳେ ଆଉ କିଛି ଜଣ ମସ୍କଙ୍କ ପ୍ରଶଂସା କରିଛନ୍ତି।
The post ଟେସଲାର ସିଇଓ ୬ମାସର ପୁଅକୁ କୋଳରେ ଧରି ଆରମ୍ଭ କଲେ ମିଟିଂ first appeared on Sambad.from ବିଶେଷ | Sambad https://ift.tt/3nHWVH8
0 Comments