ରାତାରାତି ଚର୍ଚ୍ଚାକୁ ଆସିଲେ ଏମଏ ଇଂରାଜୀ ଚାହା ବିକାଳି

ନୂଆଦିଲ୍ଲୀ: କୋଲକତାର ଟୁକଟୁକି ଦାସଙ୍କ ମା’ ବାପା କହନ୍ତି ଯଦି ପରିଶ୍ରମ କରିବ ଦିନେନା ଦିନେ ଆକାଶକୁ ବି ଛୁଇଁ ପାରିବ। ଟୁକଟୁକିଙ୍କ ମା’ ବାପା ଚାହୁଁଥିଲେ ଝିଅ ଶିକ୍ଷୟିତ୍ରୀ ହେଉ। ବାପା-ମା’ଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଟୁକଟୁକି ବି ମନ ଲଗାଇ ପାଠପଢ଼ି ପରୀକ୍ଷାରେ ଭଲ ନମ୍ବର ଆଣିଥିଲେ। ଆଉ ଇଂରାଜୀରେ ଏମଏ କରିଥିଲେ। କିନ୍ତୁ ଏମଏମ ଡିଗ୍ରି ସତ୍ତ୍ବେ ତାଙ୍କୁ ଚାକିରି ମିଳି ନଥିଲା।

ଟୁକଟୁକି ବି ଚାକିରି ପାଇଁ ବହୁତ ପରିଶ୍ରମ କରିଛନ୍ତି। ଅନେକ ପରୀକ୍ଷା ଦେଇଛନ୍ତି କିନ୍ତୁ ସଫଳ ହୋଇ ପାରିନାହାନ୍ତି। ଶେଷରେ ସେ କାହା ଉପରେ ବୋଝ ନହୋଇ ଚା’ ବିକିବାକୁ ନିଷ୍ପତ୍ତି ନେଇଥିଲେ। ସେ ହାୱଡ଼ା ଷ୍ଟେସନରେ ଚା’ ଦୋକାନ କରିଥିଲେ। ଟୁଇଟୁକି ତାଙ୍କ ଚା’ ଦୋକାନ ସାମ୍ନାରେ ମାରିଥିବା ବ୍ୟାନରରେ ଲେଖାଥିଲା (ଏମଏ ଇଂରାଜୀ ଚା’ ବିକାଳି)।

 

 

View this post on Instagram

 

A post shared by Tuktuki Das (@tuktuki004)

ଟୁକଟୁକି କହନ୍ତି, ‘ମୋର ଏଭଳି କାମକୁ ନେଇ ଘରଲୋକ ପ୍ରଥମେ ଖୁସି ନଥି‌ଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆତ୍ମନିର୍ଭରଶୀଳ ଥିବାରୁ ମୋ କାମକୁ ସମର୍ଥନ କରିଥିଲେ। ମୋର ଏକ ୟୁଟୁବ ଚାନେଲ ବି ରହିଛି। ମୋର ନାମ ଭାଇରାଲ ହେବା ପରେ ଦୂର ଦୂରାନ୍ତରୁ ଲୋକମାନେ ମୋତେ ଭେଟିବାକୁ ଆସୁଛନ୍ତି। ଆଉ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛନ୍ତି।’

The post ରାତାରାତି ଚର୍ଚ୍ଚାକୁ ଆସିଲେ ଏମଏ ଇଂରାଜୀ ଚାହା ବିକାଳି first appeared on Sambad.

from ବିଶେଷ | Sambad https://ift.tt/3qBeSZs

Post a Comment

0 Comments